Home ଜିଲ୍ଲା ପରିକ୍ରମା ଭଦ୍ରକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ

ଭଦ୍ରକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ

15

ଭଦ୍ରକ,୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି ଭଦ୍ରକକୁ ବେସରକାରୀ ଗସ୍ତରେ ଆସି ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶ୍ରୀ ସିଂହଦେଓଙ୍କ ବନ୍ଧୁ ତଥା ଭଦ୍ରକର ଜଣାଶୁଣା ସମାଜସେବୀ ଲକ୍ଷ୍ମୀ ମହାପାତ୍ରଙ୍କ ପରଲୋକଗତ ପତ୍ନୀଙ୍କ ଏକାଦଶାହରେ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ପରେ ସନ୍ଧ୍ୟାରେ କୁଆଁସସ୍ଥିତ ବିଜେପି କାର୍ଯ୍ୟାଳୟରେ ଦଳର ଏକ ମିଶ୍ରଣପର୍ବରେ ଯୋଗ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ। ଭଦ୍ରକ ବିଧାନସଭା କ୍ଷେତ୍ରର ପଂଚାୟତ ଓ ସହରାଂଚଳରୁ ବହୁ ବିଜେଡି କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସେମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ। ଭାଷଣରେ ସୁଭଦ୍ରା ଯୋଜନା କଥା ଉଲ୍ଲେଖ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ବିଜେପି ସରକାର ପୂରଣ କରିଛି ବୋଲି କହିଥିଲେ। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ବରିଷ୍ଠ ନେତା ମଳୟ ଜେନା, ଶେଖର ମହାପାତ୍ର ଙ୍କ ସମେତ ଆଗଧାଡିର ନେତାମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.