Home ଜିଲ୍ଲା ପରିକ୍ରମା ଭଦ୍ରକରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ବ୍ରାହ୍ମଣ ସମ୍ମିଳନୀ

ଭଦ୍ରକରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ବ୍ରାହ୍ମଣ ସମ୍ମିଳନୀ

0

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ବ୍ରାହ୍ମଣ ମହାସଂଘ, ଭଦ୍ରକ ଶାଖା ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ବ୍ରାହ୍ମଣ ସମ୍ମଳନୀ ଭଦ୍ରକରେ ଆୟୋଜିତ ହେବାକୁ ସ୍ଥିର କରାଯାଇଛି। ଜିଲ୍ଲା ସଭାପତି ମନ୍ଦରଧର ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ସରସ୍ୱତୀ ବିହାରରେ ଆୟୋଜିତ ଜିଲ୍ଲା ବୈଠକରେ ଏ ସଂପର୍କରେ ନିଷ୍ପୠି ଗ୍ରହଣ କରାଯାଇଛି। ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ସ୍ୱାଗତ ସମିତିର ଅଧ୍ୟକ୍ଷଭାବେ ଏବଂ ରାଜ୍ୟ ସଭାପତି ଡ. ସଦାନନ୍ଦ ଦୀକ୍ଷିତ କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିବାରେ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ଶ୍ରୀ ମନ୍ଦରଧର ଦୀକ୍ଷିତଃ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକାରୀ ସମିତିରେ ରାଜ୍ୟଯୁଗ୍ମ ସଂପାଦନ ଗୋପବନ୍ଧୁ ମିଶ୍ର, ଜିଲ୍ଲା ସଂପାଦକ ଡ. ବସନ୍ତ କୁମାର ଦୀକ୍ଷିତ, ବରିଷ୍ଠ ସଦସ୍ୟ ସୁବାସ ଚନ୍ଦ୍ର ଦାଶ, ସନ୍ତୋଷ କର, ସୁଶାନ୍ତ କୁମାର ପଣ୍ଡା, ରାଜେନ୍ଦ୍ର ପ୍ରସାଦ ପାଢ଼ୀ, ବିଜୟ କୁମାର ପଣ୍ଡା ସଦସ୍ୟଭାବେ ମନୋନୀତ ହୋଇଛନ୍ତି। ବ୍ୟାପକ ସଂପର୍କ ଓ ଦୃଢ଼ ସଂଗଠନ ମାଧ୍ୟମରେ ସମଗ୍ର ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ ବ୍ରାହ୍ମଣ ଓ ରାଷ୍ଟ୍ର ସ୍ତରୀୟ କର୍ମକର୍ତା ବହୁ ସଂଖ୍ୟାରେ ଯୋଗ ଦେବେବୋଲି ଆଶାକରି ବ୍ୟାପକ ପ୍ରସ୍ତତି କରାଯିବାକୁ ସ୍ଥିର କରାଯାଇଛି। ନରହରି ଦାଶ, ଗଣେଶ ପ୍ରସାଦ କର ଶର୍ମା, ପଣ୍ଡିତ ରତ୍ନାକର ମିଶ୍ର, ପଣ୍ଡିତ ସତ୍ୟବ୍ରତ ପଣ୍ଡା, ଜୟନ୍ତ ମହାପାତ୍ର, ଅନ୍ନପୂର୍ଣ୍ଣ ଦାଶ, ପଣ୍ଡିତ ବିଷ୍ଣୁମୋହନ ପାଣିଗ୍ରାହୀ, ଗଗନ ବିହାରି ଦାଶ, ପ୍ରମୁଖ ଭାବଗ୍ରହଣ କରିଥିଲେ। ଶେଷରେ ପଣ୍ଡିତ ବିନୋଦ ବିହାରୀ ଦାଶ ଶାନ୍ତିମନ୍ତ୍ର ପାଠ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.