Home ଜିଲ୍ଲା ପରିକ୍ରମା ଭଦ୍ରକରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ

ଭଦ୍ରକରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ

23

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାସ୍ତରୀୟ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ବୟୋବନ୍ଦନା ଯୋଜନା କାର୍ଯ୍ୟକ୍ରମ ଭଦ୍ରକ ବ୍ଲକ୍ ଅଧୀନସ୍ଥ କଲେଇ ପଂଚାୟତର ଚୁନିଦାସ୍ଥିତ କ୍ଷେତ୍ରବାସୀ ହାଇସ୍କୁଲ ପଡିଆରେ ଲୋକାର୍ପିତ ହୋଇଛି। ଏହି ଉତ୍ସବରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲାପାଳ ଦିଲ୍ଲୀପ ରାଉତରାୟ, ଓଡ଼ିଶା ସରକାରଙ୍କ ପକ୍ଷରୁ ଭଦ୍ରକ ଜିଲାର ନୋଡାଲ ଅଫିସର ତଥା ଅତିରିକ୍ତ ମିଶନ ଡାଇରେକ୍ଟର ମୃଣାଳିକାନ୍ତ ଦାସ ପ୍ରମୁଖ ଯୋଗଦେଇ ୩ଟି ଯୋଜନାର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦ୍‌ବୋଧନ ଶୁଣିଥିଲେ। ଏହି ଜନସ୍ୱାସ୍ଥ୍ୟ କାର୍ଡ ଶୁଭାରମ୍ଭ ଅବସରରେ ୨୦ ଜଣ ମହିଳାଙ୍କୁ ଉକ୍ତ କାର୍ଡ ବଂଟନ କରାଯାଇଥିଲା। ଆସନ୍ତାକାଲି ଠାରୁ ଏହି କାର୍ଡ ଘର ଘର ବୁଲି ପି.ଓ.ମାନେ ବଂଟନ କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ (ଚାକିରୀ କରି ଅବସର ନେଇଥିଲେ ମଧ୍ୟ) କୁ ବିନା କୌଣସି ମାନଦଣ୍ଡରେ ଏହି ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ସାମିଲ କରାଯାଇ ବାୟୋମେଟ୍ରିକ୍ ମାଧ୍ୟମରେ ଉକ୍ତ କାର୍ଡ ବଂଟନ କରାଯିବ। ଏହି ଯୋଜନାରେ ପରିବାର ପିଛା ଗୋଟିଏ କାର୍ଡ ଦିଆନଯାଇ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ପ୍ରଦାନ କରାଯିବ। ଏହି ଯୋଜନାରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ବରିଷ୍ଠ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଭଦ୍ରକ ଜିଲାରେ ୫୫ ଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଆୟୁଷ୍ମାନ ଭାରତ ଯୋଜନାର ସୁବିଧାର ସହାୟତା ଯୋଗାଇ ଦିଆଯିବ ବୋଲି ଜିଲାପାଳ କହିଥିଲେ। ପୂର୍ବ ସରକାରଙ୍କ ନିଜସ୍ୱ ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେବଳ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଲୋକମାନେ ସୀମିତ ଡାକ୍ତରଖାନାରେ ସୁବିଧା ପାଉଥିଲେ। ଏବେ ଆୟୁଷ୍ମାନ ଭାରତ ଯୋଜନା ସହ ରାଜ୍ୟ ସରକାରଙ୍କ ନିଜସ୍ୱ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ରାଜ୍ୟ ଓ ପ୍ରବାସୀ ଲୋକମାନେ ବିଶେଷ ଉପକୃତ ହେବେ। ଏହି ସେବାରେ ଡାକ୍ତରୀ ପରୀକ୍ଷା, ଚିକିତ୍ସା ଏବଂ ପରାମର୍ଶ ସମସ୍ତ ପ୍ରକାର ସେବାଯତ୍ନ, କ୍ଲିନିକାଲ ଏବଂ ଲେବୋରୋଟୋରୀ ଇନଭେଷ୍ଟିଗେସନ, ରହିବା ଓ ଖାଦ୍ୟସେବା, ମେଡିସିନ୍ ଓ ଚିକିତ୍ସା ଉପଯୋଗୀ ସାମଗ୍ରୀ ସୁବିଧା ମିଳିବ ବୋଲି ଅତିଥିମାନେ ସୂଚନା ଦେଇଥିଲେ। ଏବଂ ଆୟୁଷ୍ମାନ ଯୋଜନା କାର୍ଡ ପ୍ରଦାନ କରାଯାଇଥିବାରୁ ସାଂସଦ, ବିଧାୟକ ଓ ଜିଲାପାଳ ପ୍ରମୁଖ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ସରୋଜ ଦତ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ବ୍ଲକ୍ ଅଧ୍ୟକ୍ଷ ଉର୍ମିଳା ନାୟକ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସୁଧାଂଶ ବଳ, ଭଦ୍ରକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଂଜନ ମଲ୍ଲିକ, ସରପଂଚ ନିରଞ୍ଜନ ମଳିକ, ପୂର୍ବତନ ବ୍ଲକ୍ ଚେୟାରମେନ୍ ମଳୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.