Home ଜିଲ୍ଲା ପରିକ୍ରମା ଭଦ୍ରକରେ ଆର୍ଯ୍ୟ ସମାଜ ପକ୍ଷରୁ ବେଦ ପ୍ରବଚନ

ଭଦ୍ରକରେ ଆର୍ଯ୍ୟ ସମାଜ ପକ୍ଷରୁ ବେଦ ପ୍ରବଚନ

21

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଂସାର ପରିବର୍ତ୍ତନଶୀଳ, କ୍ଷଣଭଂଗୁର ଏହି ବିଶ୍ୱରେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତ୍ୟାଗ ପୂର୍ବକ ଭୋଗ କରିଲେ ସଂସାର ଭିତରେ ଈଶ୍ୱର ସାକ୍ଷାତକାର ସମ୍ଭବ । ଯଥାର୍ଥ ଈଶ୍ୱର ତଥା ପ୍ରକୃତ ଧର୍ମ ସଂପର୍କରେ ଜାଣିଲେ ମଣିଷ ମଧ୍ୟରେ ଅହଂକାର, ଅଜ୍ଞାନ ଆଦି ରହିବ ନାହିଁ । ଈଶ୍ୱରଙ୍କ ଦୟାରେ ଜୀବନ ନିର୍ବାହ କରୁଥିବା ବ୍ୟକ୍ତି ପରୋପକାରୀ ହୁଏ । ଈଶ୍ୱରଙ୍କୁ ଭକ୍ତିକରି ଯଥାର୍ଥ ମନୁଷ୍ୟ ହୁଅ ବୋଲି ଆର୍ଯ୍ୟ ସମାଜ ଭଦ୍ରକ ପକ୍ଷରୁ ସାୟଂ ପ୍ରବଚନରେ ପୂଜ୍ୟ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ପ୍ରକାଶ କରିଥିଲେ । ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତି ସୁଶିଳାରାଣୀ ଗୁପ୍ତା ଓ ସଂପାଦକ ଲକ୍ଷ୍ମୀଧର ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ରବିନାରାୟଣ ଲେଙ୍କା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସଭାରେ ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ପ୍ରାଧ୍ୟାପକ ଗୋଲକ ସାହୁ ତଥା ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.