Home ଜିଲ୍ଲା ପରିକ୍ରମା ଗ୍ରୀଷ୍ମକାଳୀନ କ୍ରିକେଟ୍ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଗ୍ରୀଷ୍ମକାଳୀନ କ୍ରିକେଟ୍ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

26

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କ୍ରିକେଟ ଏକାଡେମୀ ଆନୁକୁଲ୍ୟରେ ଭଦ୍ରକ କଲେଜ ପଡ଼ିଆରେ ଚାଲିଥିବା ଗ୍ରୀଷ୍ମକାଳୀନ କ୍ରିକେଟ୍ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଶିବିରଟିି ଜୁନ ୫ ରୁ ଆରମ୍ଭ ହୋଇଥିଲା । ପ୍ରଶିକ୍ଷଣ ଶିବିରରେ ଅଭିଜ୍ଞ ତଥା ରାଜ୍ୟସ୍ତରୀୟ, ବିଶ୍ୱବିଦ୍ୟାଳୟ ସ୍ତରରେ ନିଜର ଦକ୍ଷତା ପ୍ରତିପାଦନ କରିଥିବା କୋଚ୍ ଅସିତ୍ ଦାସ ଓ ତାଙ୍କର ସହଯୋଗୀ ବରିଷ୍ଠ ଖେଳାଳୀ କ୍ଷମାସାଗର ବଳ ଓ ସତ୍ୟକାମ ଭରଦ୍ୱାଜ ଓ ଓସିଏ ମାନ୍ୟତାପ୍ରାପ୍ତ ମହିଳା କୋଚ୍ ପ୍ରଜ୍ଞ୍ୟା ପାରମିତା ସାମଲ ଙ୍କ ତତ୍ତ୍ୱାବଧାନରେ ଚାଲିଥିଲା । ଶିବିରରେ ବିଭିନ୍ନ ବ୍ଳକ୍‌ରୁ ସ୍କୁଲ ଓ କଲେଜ ମାନଙ୍କର ୮୫ରୁ ଉର୍ଦ୍ଧ୍ୱ ବାଳକ ଓ ବାଳିକା ମାନେ ଯୋଗ ଦେଇଥିଲେ । ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଜିଲ୍ଲା କ୍ରିକେଟ ଆଶୋସିଏସନ୍‌ର ସଭାପତି ଉପେନ୍ଦ୍ର ବାରିକ, ସହ ସଂପାଦକ ନୀଳମାଧବ ଦାସ, ସମ୍ମାନିତ ଅତିଥି ଭାବେ ରତ୍ନାକର ଦାସ୍ ଏକାଡେମୀର ସଦସ୍ୟ ବିଜୟ ମହାନ୍ତି, ଦେବବ୍ରତ ଜେନା, ସହିଦ୍ ଖାନ୍‌, ଅଂଶୁମାନ ମହାନ୍ତି ଓ ଟୁଟୁ ମହାନ୍ତି ଯୋଗ ଦେଇ ଖେଳାଳିମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ଏକାଡେମୀ ମୁଖ୍ୟ ମନୋଜ କୁମାର ସାହୁ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.