Home ଜିଲ୍ଲା ପରିକ୍ରମା ଭଦ୍ରକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭଦ୍ରକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

5

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆନ୍ତର୍ଜାତୀୟ ଯୋଗ ଦିବସ ଆଜି ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଙ୍କ ଉପସ୍ଥିତି ରେ ସ୍ଥାନୀୟ ଇଣ୍ଡୋର୍ ଷ୍ଟାଡିୟମ୍‌, ବାଗୁରାଇ ଠାରେ ଅନୁଷ୍ଟିତ ହୋଇଯାଇଅଛି। ଏଥିରେ ଜିଲ୍ଲାପାଳ ଦିଲିପ୍ ରାଉତରାଏ ଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ସରୋଜ ଦତ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଉପ ଜିଲ୍ଲାପାଳ ଶ୍ୟାମଳ ରାୟ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ, ଡେପୁଟୀ କଲେକ୍ଟର ତଥା ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ କାର୍ତିକ ନାଥ ମଣ୍ଡଳ, କମାଣ୍ଡର ଏନସିସି ସୁଧିପ ସାହୁ,କ୍ରୀଡା ବିଭାଗ ର ଓଏସ୍‌ଡି ରମେଶ ମହାନ୍ତି ଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ, ଯୋଗ ଶିକ୍ଷକ, ବରିଷ୍ଟ ନାଗରିକ ସଙ୍ଘ ର କର୍ମକର୍ତା, ରୋଟାରୀ ମିଡ ଟାଉନ୍‌, ବିଭିନ୍ନ କଲେଜ ଓ ସ୍କୁଲ ର ପିଲା, ବୁଦ୍ଧିଜୀବୀମାନେ ବହୁ ସଂଖ୍ୟା ରେ ଭାଗ ନେଇଥିଲେ। ଯୋଗ କୁ ଦୈନନ୍ଦିନ ଜୀବନ ରେ ସାମିଲ୍ କରି ନିରୋଗ ଓ ସୁସ୍ଥ କରିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.