
ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସିଆଇଟିୟୁ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ପରିପ୍ରେକ୍ଷୀରେ ଏକ ଲାଲ୍ ଶୋଭାଯାତ୍ରା ଭଦ୍ରକ ବନ୍ତ ଛକ ଠାରୁ ବାହାରି ଭଦ୍ରକ ସହର ପରିକ୍ରମା କରି ଭଦ୍ରକ ପୂର୍ତ ବିଭାଗ ଡାକ ବଙ୍ଗଳା ସମ୍ମୁଖରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ସିପିଆଇ(ଏମ) ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ ଯୋଗଦେଇ ଶ୍ରମିକ ଦିବସ ର ଇତିହାସ ଓ କେନ୍ଦ୍ର ସରକାର ଙ୍କ ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କରିବା, ଶ୍ରମିକ ମାନଙ୍କୁ ସାମାଜିକ ନିରାପତା ସଂପର୍କରେ ଆଲୋଚନା କରିଥିଲେ । ଆସନ୍ତା ମେ ୨୦ ସର୍ବଭାରତୀୟ ସାଧାରଣ ଧର୍ମଘଟ କୁ ଭଦ୍ରକ ଜିଲ୍ଲାରେ ସଫଳ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାଧାରଣ ସଭାରେ ସିପିଆଇ(ଏମ)ର ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକ, ସିଆଇଟିୟୁ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ଅଖିଳ ଭାରତ କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଓଡିଶା କ୍ଷେତମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ସିଆଇଟିୟୁ ଜିଲ୍ଲା ଉପସଭାପତି ରାଧାନାଥ ଦାସ , ଅନ୍ୟତମ ଜିଲ୍ଲା ଉପସଭାପତି ବିଷ୍ଣୁ ଦାଶ, ସିଆଇଟିୟୁ ନେତା ବସନ୍ତ ନାୟକ, ମହିଳା ନେତ୍ରୀ ସୁରଜିତା ନାୟକ, ଶ୍ରମିକ ନେତା ସେକ୍ ସନାଉଲ୍ଲା, ସେକ୍ ସିକ୍ରୁ, କାଲୁ ଖାନ୍, ସେକ୍ ସତାରୁଦ୍ଦିନ୍ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଆସନ୍ତା ମେ ୨୦ ସର୍ବଭାରତୀୟ ସାଧାରଣ ଧର୍ମଘଟ କୁ ଭଦ୍ରକ ଜିଲ୍ଲାରେ ସଫଳ କରିବା ପାଇଁ ସମସ୍ତ ନେତୃତ୍ୱ ଆହ୍ୱାନ ଜଣାଇଥିଲେ । ସାଧାରଣ ସଭା ଆରମ୍ଭରୁ କାଶ୍ମୀର ପାହାଲଗାମ ରେ ଘଟିଥିବା ଆତଙ୍କବାଦୀଙ୍କ ଆକ୍ରମଣରେ ମୃତକ ମାନଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇ ୨ ମିନିଟ ନିରବତା ଅବଲମ୍ବନ କରାଯାଇଥିଲା । ଆତଙ୍କବାଦ ଓ ମୌଳବାଦ ବିରୁଦ୍ଧରେ ଦେଶବାସୀ ଏକଜୁଟ ହୋଇ ଲଢେଇ କରିବାକୁ ବକ୍ତା ମାନେ ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ ଆହ୍ୱାନ ଜଣାଇଥିଲେ ।







