Home ଜିଲ୍ଲା ପରିକ୍ରମା ଭଦ୍ରକରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ମଲ୍ଲଯୋଦ୍ଧା ଗୋପାଳ କୃଷ୍ଣ ମହାପାତ୍ରଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା, ବିଶିଷ୍ଟ...

ଭଦ୍ରକରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ମଲ୍ଲଯୋଦ୍ଧା ଗୋପାଳ କୃଷ୍ଣ ମହାପାତ୍ରଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା, ବିଶିଷ୍ଟ ବ୍ୟକ୍ତିଙ୍କ ପକ୍ଷରୁ ଶ୍ରଦ୍ଧାସୁମନ ଅର୍ପଣ

173

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଗର୍ବ ଓ ଗୌରବ ଆନ୍ତର୍ଜାତୀକ ଖ୍ୟାତିସମ୍ପନ୍ନ ଅଲିମ୍ପିଆଡ଼୍ ମୋସ୍କୋ ଗୋଲ୍ଡ ପ୍ରାପ୍ତ ମଲ୍ଲ ଯୋଦ୍ଧା ବିଶ୍ୱଖ୍ୟାତି ସମ୍ପନ୍ନ ମିରାକିଲ୍ କୋଚ୍ ର ନିର୍ମାତା ସ୍ୱର୍ଗତ ଗୋପାଳ କୃଷ୍ଣ ମହାପାତ୍ରଙ୍କର ଏକାଦଶାହ ଅବସରରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଭଦ୍ରକର ହୋଟେଲ ହେଲୋ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ସଭାରେ ସ୍ୱର୍ଗତ ମହାପାତ୍ରଙ୍କ ଏକମାତ୍ର ପୁତ୍ର ସାଇପ୍ରସାଦ ମହାପାତ୍ର ଓ ଦୁଇ ଝିଅ ସାଇପଦ୍ମଜିତା, ସାଇ ପ୍ରିୟଦର୍ଶନୀ ଆମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ସାମ୍ବାଦିକ ଅଶୋକ କୁମାର ନାୟକ । ବିଶିଷ୍ଟ ସମ୍ଭକାର ଅଭୟ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ସଭାରେ ଆବାହକ ତଥା ବରିଷ୍ଠ ସାମ୍ବାଦିକ ଅମର ନାୟକ ଓ ଆଇନଜୀବୀ ଅତିସ୍ କୁମାର ବେହେରା ମଂଚ ସଂଚାଳନ କରିଥିଲେ । ଉକ୍ତ ସ୍ମୃତିସଭାରେ ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ, ପୂର୍ବତନ ବିଧାୟକ ନରେନ ପଲାଇ, ପୂର୍ବତନ ସାଂସଦ ମଙ୍ଗରାଜ ମଲ୍ଲିକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶ୍ୟାମସୁନ୍ଦର ବେହେରା, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମାଜସେବୀ ଏସ.ଏମ୍‌. ଫାରୁକ, ବରିଷ୍ଠ ଡ଼ାକ୍ତର ଆର.କେ. ନାୟକ, ଡ଼ାକ୍ତର ହରେକୃଷ୍ଣ ନାୟକ, ଡ଼ାକ୍ତର ପ୍ରଦୀପ ନାୟକ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ସୁଧାକର ନନ୍ଦ, ରାଜ୍ୟ ବିଜେଡ଼ିର ସାଧାରଣ ସଂପାଦକ ଇଂ ପ୍ରୟାସକାନ୍ତି ସାମଲ ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିବାବେଳେ ସାମ୍ବାଦିକ ପ୍ରମୋଦ ରାୟ ନିଜ ବକ୍ତବ୍ୟରେ ଏକଦା ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ସ୍ୱର୍ଗତଃ ମହାପାତ୍ର ‘ସାଇ ମିରାକିଲ୍ ବସ୍‌’ ଟିକୁ ଭଦ୍ରକ ବିଧାୟକ ଶ୍ରୀ ମଲ୍ଲିକ ରାଜ୍ୟ ସଂଗ୍ରହାଳୟରେ ସ୍ଥାନିତ କରିପାରିଲେ ତାଙ୍କର ଅଧୁରା ସ୍ୱପ୍ନ ସାକାର ହେବ ବୋଲି ମତ ରଖିଥିଲେ ।

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସଞ୍ଜିବ୍ ହିରୋ ପକ୍ଷରୁ ପ୍ରୀତିରଞ୍ଜନ ଜେନା, ବିଶିଷ୍ଟ ଶିକ୍ଷାବିତ୍ ଶୈଳେନ୍ଦ୍ର ମହାପାତ୍ର, ଡକ୍ଟର ରାମଚନ୍ଦ୍ର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା, ପ୍ରାକ୍ତନ ଡ଼ି.ଆଇ.ପି.ଆର.ଓ. ହରମୋହନ ଜେନା, ସମାଜସେବୀ ଲକ୍ଷ୍ମୀ ମହାପାତ୍ର, ଡ଼. ବାଇଧର ସାହୁ, ଡ଼କ୍ଟର ରାମଚନ୍ଦ୍ର ନାୟକ, ଡ଼. ପ୍ରଭାତ ନଳିନୀ ମହାପାତ୍ର,ପୋଲିସ ବିଭାଗର ଅତିରିକ୍ତ ଆରକ୍ଷୀ ଅକ୍ôଷକ୍ଷକ ତରୁଣ କୁମାର ଦାସ,ସାହିତ୍ୟିକା ଶାନ୍ତିଲତା ନାଗ୍‌, କବୟିତ୍ରୀ ଗୀତାରାଣୀ ଆଇଚ, ପ୍ରାକ୍ତନ ପୌରପାଳ ମାନସ ମହାନ୍ତି, ଓକିଲସଂଘର ସଭାପତି ଦିଲ୍ଲୀପ୍ ମହାପାତ୍ର, ସାଧାରଣ ସମ୍ପାଦକ ସୂର୍ଯ୍ୟକାନ୍ତ କୁଅଁର, ଉପସଭାପତି ଅମିତାବାଳା ଆଚାର୍ଯ୍ୟ, ଆଇନ୍‌ଜୀବୀ ରାଜକିଶୋର ଦାସ,ଯତିକାନ୍ତ ନାୟକ, ପବନ ଶର୍ମା, ରୋଟାରିଆନ୍ ଶିଶିର ମିଶ୍ର, ଡ଼କ୍ଟର ଅବନୀ ପ୍ରଧାନ , ଶିକ୍ଷାବିତ୍ ଅନାଦି ଚରଣ ଦାସ,ଜିଲ୍ଲା ସ୍କୁଲ ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ମଲ୍ଳିକ, ଶିକ୍ଷାବିତ୍ ଅଶୋକ ଶତପଥୀ ,ଅଭିଜିତ୍ ନାୟକ,ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଖିଲାର,ପୂର୍ବତନ କାଉନସିଲର ପ୍ରଣୟ ଦାସ, ପ୍ରବୀର ଜେନା, ବସ୍‌ସିଣ୍ଡିକେଟ୍‌ର ବରିଷ୍ଠ ସଦସ୍ୟ ଦିଲ୍ଲିପ୍ ନାୟକ, ଶିକ୍ଷାବିତ୍ ବାଦଲ କିଶୋର ମହାପାତ୍ର, କ୍ରିଡ଼ାବିତ୍ ଉପେନ୍ଦ୍ର ବାରିକ, ଗାଳ୍ପିକ ହୃଦାନନ୍ଦ ପାଣିଗ୍ରାହୀ, ସମାଜ ସେବୀ ସୁଧାକର ରାଉତ, ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ପ୍ରାକ୍ତନ ଡ଼ି.ଜି.ଏମ୍‌. ଅଶ୍ୱିନୀ ନାୟକ, ସାମ୍ବାଦିକ ଦୁର୍ଗା ବିଶ୍ୱାଳ, ପ୍ରଦୀପ୍ ମହାପାତ୍ର, ମ୍ୟୁଜିକ୍ ଡ଼ାଇରେକ୍ଟର ରୁଦ୍ରମାଧବ ବାରିକ,ସାହିତ୍ୟିକ ପ୍ରକାଶ କୁମାର ମହାପାତ୍ର ସାହୁ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗତ ମହାପାତ୍ରଙ୍କ ତୈଳ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଭଦ୍ରକ ବିଧାୟକ ଶ୍ରୀ ମଲ୍ଲିକ ସ୍ୱର୍ଗତଃ ମହାପାତ୍ରଙ୍କ ସ୍ମୃତିରକ୍ଷା କରିବା ପାଇଁ ତାଙ୍କର ଏକ ପ୍ରତିମୂର୍ତ୍ତି ଭଦ୍ରକ ଠାରେ ସ୍ଥାପନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ପରିବାର ପକ୍ଷରୁ ସାଇପ୍ରସାଦ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.