Home ଜିଲ୍ଲା ପରିକ୍ରମା ଭଦ୍ରକରୁ ୭୪ ତୀର୍ଥଯାତ୍ରୀଙ୍କ “ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା” ଅନ୍ତର୍ଗତ ପୁରୀ ଅଭିମୁଖେ ଯାତ୍ରା

ଭଦ୍ରକରୁ ୭୪ ତୀର୍ଥଯାତ୍ରୀଙ୍କ “ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା” ଅନ୍ତର୍ଗତ ପୁରୀ ଅଭିମୁଖେ ଯାତ୍ରା

9

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ “ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା–୨୦୨୫-୨୬ (ପର୍ଯ୍ୟାୟ–୧)” ର ଶୁଭ ଉଦ୍‌ଘାଟନ ଅନୁଷ୍ଠାନ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ହୋଇଛି। ନବରଙ୍ଗପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉକ୍ତ ଯୋଜନାର ଶୁଭ ଉଦ୍‌ଘାଟନ କରିଥିଲେ। ଓଡ଼ିଶା ସରକାରଙ୍କ ଏହି ଯୋଜନା ଅନ୍ତର୍ଗତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚୟନିତ ତୀର୍ଥଯାତ୍ରୀମାନଙ୍କୁ ସୁବିଧାଜନକ ଭାବେ ଶ୍ରୀକ୍ଷେତ୍ର ପୁରୀକୁ ନେଇ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରାଇବା ନିମନ୍ତେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହାକୁ ଓଡ଼ିଶା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଫ୍ଲାଗ୍‌ସିପ୍ ପଦକ୍ଷେପ ଭାବେ ଗଣ୍ୟ କରାଯାଉଛି। ପର୍ଯ୍ୟାୟ–୧ ଅନ୍ତର୍ଗତ ଭଦ୍ରକ ଜିଲ୍ଲାରୁ ୭୪ ଜଣ ତୀର୍ଥଯାତ୍ରୀଙ୍କ ଯାତ୍ରା ସଫଳ ଭାବେ ସମ୍ପାଦନ ନିମନ୍ତେ ଜିଲ୍ଲାପାଳ ଦିଲୀପ ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଉକ୍ତ ଯୋଜନାର ଶୁଭାରମ୍ଭ ଅବସରରେ ଜିଲ୍ଲାପାଳ ଦିଲୀପ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଅତିରିକ୍ତ ସଚିବ (ବାଣିଜ୍ୟ) ଓ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଅରୁଣ କୁମାର ବିଶ୍ୱାଳ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୁଭେନ୍ଦ୍ର ସାମଲ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ ପ୍ରମୁଖ ଦ୍ୱୀପ ପ୍ରଜ୍ୱଳନ କରି ଏବଂ ଧଳା ପତାକା ଦେଖାଇ ପବିତ୍ର ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କରିଥିଲେ। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟର ସାଧାରଣ ଲୋକଙ୍କ ଧାର୍ମିକ ଆସ୍ଥାକୁ ସମ୍ମାନ ଦେଇ ତୀର୍ଥଯାତ୍ରାକୁ ଆହୁରି ସୁବିଧାଜନକ କରିବା ସହ ଜନସାଧାରଣଙ୍କ ଭାଗିଦାରିକୁ ସୁଦୃଢ଼ କରିବା ଦିଗରେ ଏହି ଯୋଜନାକୁ ଗୁରୁତ୍ୱ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.