ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୨ ଦିନରେ ଭଦ୍ରକ ଜିଲ୍ଲାରେ ମୋଟ ୩୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇ ୯ ହଜାର ୧୫୨ । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୮ହଜାର ୧୪୦ । ଏବେ ସକ୍ରିୟ ଅଛନ୍ତି ୯୮୩ ଜଣ । ୨ ଦିନରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କିମ୍ସ ହସ୍ପିଟାଲରେ ୨ଜଣ, ଏସ୍ସିବିରେ ୫ଜଣ ଏବଂ ଆପୋଲୋରେ ଜଣେ ଚିହ୍ନଟ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ବ୍ଲକର ଅର୍ଣ୍ଣପାଳ, ବନ୍ଧଗାଁ, କୋଡବରୁଆଁ, ବହୁଦରଡ଼ା, ବିଷ୍ଣୁପୁରବିନ୍ଧା, ଡଗରାସାହି, ଗେଲପୁର, ଏରେଇଁ, ଗୁଜିଦରଡା, କାଉପୁର, ରାହାଞ୍ଜ, ରାନ୍ଦିଆ, ସାହାଡ଼ା, କୋରକୋରା, ହରିପୁର, କଲେଇ, ଓଲଙ୍ଗ, ସାବରଙ୍ଗ ଗ୍ରାମରୁ ମୋଟ ୫୫ଜଣ । ଧାମନଗର ବ୍ଳକର ଅର୍ଜୁନପୁର, ବିନ୍ଧା, ଧୁଷୁରୀ, କଳେଇପଦା, ନଦୀଗାଁ, ନାରାୟଣପୁର, ଭଗବାନପୁର, ଦୋବଲ, କଟସାହି, ଦକ୍ଷିଣକୋରୁଆ, କାଠମୁଣ୍ଡା,ପିତେଇପୁର ଗ୍ରାମରୁ ୧୭ଜଣ । ବାସୁଦେବପୁର ପୌରପାଳିକାର ୪ନଂ, ୧୧ନଂ, ୧୫ନଂ ଓ ୭ନଂ ୱାର୍ଡରୁ ୭ଜଣ, ଭଦ୍ରକ ପୌରପାଳିକାର ୧୭, ୯,୧୦, ୧୫, ୧୧, ୭, ୬,୧, ୩, ୫, ୧୨, ୧୩, ୧୫, ୨୬, ୩୦ ନଂ ୱାର୍ଡରୁ ୪୩ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଚାନ୍ଦବାଲି ଏନ୍ଏସିର ୧୦ ନଂ ଓ ୧୧ ନଂ ଓ ୪ ନଂ ୱାର୍ଡରୁ ୫ଜଣ, ବାସୁଦେବପୁର ବ୍ଳକର ବିଦେଇପୁର, ଗୋବିନ୍ଦପୁର, ବିନାୟକପୁର, ବ୍ରାହ୍ମଣୀଗାଁ, ରାଜଘରପୋଖରୀ, ଚୁଡାମଣି, ଇରମ. ଏଡତାଳ, ଗୁଆଗଡ଼ିଆ, କିସ୍ମତକୃଷ୍ଣପୁର, ଉହାଡ଼, ନରସିଂହପୁର, ପଢୁଆଁ, ଗୁଆଗାଁ, ସୁଦର୍ଶନପୁର, ସୁଗୋ, କଣ୍ଟିସାହି,କୁମାରପୁର, ଲୁଙ୍ଗା, ନରସିଂହପୁର, ପଦ୍ମପୁର, ଅଢୁଆଁରୁ ୫୯ଜଣ ।
ଚାନ୍ଦବାଲି ବ୍ଲକର ଭୁଇଁବୃତ୍ତି, ଘଣ୍ଟେଶ୍ୱର, ହେଙ୍ଗୁପତି, ଧାମରା, ବାଲିପାଟଣା, ମତୋ, ମଉସୁଧା, ଜନ୍ତୁଆଳି, ବିରିଆଡିଆ, ଚଡଦିଆ, ମଧୁପୁର, ବାଂଶଡା ଗ୍ରାମରୁ ୨୦ଜଣ, ଭଣ୍ଡାରିପୋଖରୀ ବ୍ଲକର ବାଲିପୋଖରୀ, ଦକ୍ଷିଣବାଡ, କୁରିଗାଁ, ସାତଶୋଳା, ନିର୍ଗୁଣ୍ଡି, ବେଲଗଡ଼ିଆ, ରାଜେନ୍ଦ୍ରପୁର, ସୁନି, ଓଲା, ସରସଦା, ମହୁଲିସାହି, ଗୁଣୁପୁରୁ, ନୂଆଗାଁ, ମିଟୁଆଣି, ଛତାବର, ପୁରୁଷୋତ୍ତମପୁର, ବଡ଼ବନସ୍ତା ଗ୍ରାମରୁ ୩୯ଜଣ । ବନ୍ତ ବ୍ଲକର ଅଣିଜୋ, ଆଡିଆ, ଆପତୀରା, ହରିୁପର, ଚାରିଗାଁ, ଗୋପିନାଥପୁର, କାଦବରାଙ୍ଗ, ଆମ୍ପୋର, ରାମପୁର, ତୁଣ୍ଡା, ଏରେଣ୍ଡି, ଟିଲୋ, ବି.ଟି.ପୁର, ଚକ୍ରାପାଢି, ଗୋବିନ୍ଦପୁର, କେନ୍ଦୁଆପଦା, ନୂଆପୋଖରୀ, ରାମଚନ୍ଦ୍ରପୁର, ରାମକୃଷ୍ଣପୁର, ତୋଡଗାଁ ଗ୍ରାମର ମୋଟ ୩୮ଜଣ ଚିହ୍ନଟ ହୋଇଥିବା ବେଳେ ତିହିଡ଼ି ବ୍ଲକର ବୋଡକ, ଜାମଜୋଡି, ରାଜମୁକୁନ୍ଦପୁର, ଦୌଲତପୁର, ଝିଙ୍କିରିଆ, ଆରୁହା, ସାଲେଶପୁର, ପାଳିଆ, କାନପୁର, ବାରସର, ବାରୋ, ଫତେପୁର, ଗୁଆମାଳ, କୋହ୍ଲ, ସାଆନ୍ତପୁର,ଝିଙ୍କିରିଆ, ପାଳିଆବିନ୍ଧା, ରାଜନଗର, ସାହାପୁର, ସିନ୍ଦୋଳ, ତଳଗୋପବିନ୍ଧା, ଜେନାସାହି ଗ୍ରାମରୁ ୪୨ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା ଭାବେ ବାଲେଶ୍ୱର ଜିଲ୍ଲା ଖଇରା, ସିମୁଳିଆ ଓ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା, କେନ୍ଦୁଝର ଜିଲ୍ଲାର ହାଟଡିହିରୁ ୧୩ ଜଣ ଆକ୍ରାନ୍ତ ଭଦ୍ରକରୁ ଚିହ୍ନଟ ହୋଇଛନ୍ତି । ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।