Home ଜିଲ୍ଲା ପରିକ୍ରମା ଭଦ୍ରକରୁ ପୁଣି ବ୍ରାଉନସୁଗର ଜବତ; ଜଣେ ଗିରଫ

ଭଦ୍ରକରୁ ପୁଣି ବ୍ରାଉନସୁଗର ଜବତ; ଜଣେ ଗିରଫ

12

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରୁ ପୁଣି ବ୍ରାଉନସୁଗର ଜବତ କରିଛି ପୁଲିସ। ଗୁଇନ୍ଦା ସୂଚନା ଆଧାରରେ ପୁରୁଣାବଜାର ଥାନା ପୁଲିସ ସନ୍ଥିଆ ପୋଲ ନିକଟରେ ଜଣେ ଯୁବକଙ୍କୁ ଠାବ କରିଥିଲା। ଯୁବକଙ୍କ ନାମ ଏସ.ଏନ. ସାହା। ତାଙ୍କ ଘର ପୁରୁଣାବଜାର ଥାନା ଇଲାକାର ଶଙ୍କରପୁର ଗ୍ରାମରେ। ଯୁବକଙ୍କ ନିକଟରୁ ୩୪.୪୨ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି। ଏଥିସହ ୪ଟି ମୋବାଇଲ ଫୋନ ଏବଂ ଏକ ସ୍କୁଟି ସହ ଅନ୍ୟ କାଗଜପତ୍ର ଜବତ କରାଯାଇଛି। ଏନଡିପିଏସ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅରୂପ ଅଭିଷେକ ବେହେରା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଡିଆଇବି) ଅଂଶୁମାନ ଦ୍ୱିବେଦୀ ସୂଚନା ଦେଇଛନ୍ତି। ବ୍ରାଉନସୁଗର କାବରବାରର ମାଷ୍ଟର ମାଇଣ୍ଡକୁ ଧରିବା ଲାଗି ପୁଲିସର ତନାଘନା ଜାରି ରହିଛି। ଧରା ପଡିଥିବା ଅଭିଯୁକ୍ତର ଆର୍ଥିକ କାରବାର ସମ୍ପର୍କରେ ଖୋଳତାଡ କରାଯାଉଛି। ତଦନ୍ତ ସରିନଥିବାରୁ ଏ ସମ୍ପର୍କରେ ଅଧିକ ସୂଚନା ଦେବାକୁ ପୁଲିସ ମନା କରିଛି। ସୂଚନାଥାଉକି; ଗତ ୭ଦିନ ମଧ୍ୟରେ ଭଦ୍ରକ ପୁଲିସ ୩ ଟି ସ୍ଥାନରୁ ବ୍ରାଉନ ସୁଗର ଜବତ କଲାଣି। ଗତ ୭ ତାରିଖରେ ଭଦ୍ରକ ଗ୍ରାମାଂଚଳ ଥାନା ପୁଲିସ ଝଟିଆ ଛକରେ ମଟରସାଇକଲ ଯାଂଚ କରୁଥିବା ବେଳେ ଶିବଶଙ୍କର ଦାସ ନାମକ ଜଣେ ଆଗରପଡା ଥାନା ଇଲାକାର ଯୁବକଙ୍କ ନିକଟରୁ ୪୧ ଗ୍ରାମ ଓଜନର ବ୍ରାଉନସୁଗର ଜବତ କରିଥିଲା। ପରେ ଗତ ୯ ତାରିଖରେ ସହରର ଏଲଖା ନୟାନଗର ଗ୍ରାମର ଜଣେ ମହିଳା କନିଜ ଫାତମାଙ୍କ ଭଡାଘରେ ତଲାସି କରି ପୁଲିସ ୧୭ ଗ୍ରାମ ବ୍ରାଉନସୁଗର ଓ ନଗଦ ୩୦ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା। ତେବେ ପୁଲିସ ପକ୍ଷରୁ ନିଶା କାରବାର ବିରୋଧୀ ଅଭିଯାନ ଆହୁରି ଜୋରଦାର ହେବ ବୋଲି ଉକ୍ତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏଥିସହ ପୁଲିସ ପକ୍ଷରୁ ବ୍ରାଉନସୁଗର କାରବାର ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଆପଣାଯିବ। ଯେଉଁଥିରେ ଯୁବବର୍ଗଙ୍କୁ ପଥଭ୍ରଷ୍ଟ ନହେବା ଲାଗି ସଚେତନ କରାଯିବା ସହ ବ୍ରାଉନସୁଗର କାରବାରରେ ଲିପ୍ତ ଯୁବକଙ୍କ ଲାଗି ଚେତାବନି ବାର୍ତା ଦିଆଯିବ ବୋଲି କୁହାଯାଇଛି। ପୁଲିସ ପକ୍ଷରୁ ଜାରି ହୋଇଥିବା ମୋବାଇଲ ନମ୍ବର (୯୪୩୮୯୧୬୩୭୦)ରେ ଗୋ-ଚାଲାଣ, କୋଇଲା କାରବାର ଓ ନିଶା କାରବାର ସମ୍ପର୍କରେ ତଥ୍ୟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ସୂଚନାଦାତାଙ୍କ ସମସ୍ତ ତଥ୍ୟ ଗୋପନ ରଖାଯିବ ବୋଲି ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.