Home ଜିଲ୍ଲା ପରିକ୍ରମା ଭଦ୍ରକରୁ ଚିହ୍ନଟ ହେଲେ ଆଉ ନୂଆ ୪୬ ଆକ୍ରାନ୍ତ

ଭଦ୍ରକରୁ ଚିହ୍ନଟ ହେଲେ ଆଉ ନୂଆ ୪୬ ଆକ୍ରାନ୍ତ

40

ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ୪୬ ଜଣ ଚିହ୍ନଟ ହୋଇଛନ୍ତି । ଜିଲ୍ଳାରୁ ମୋଟ ୧ ଲକ୍ଷ ୧୧ହଜାର ୯୨୪ ଜଣଙ୍କ ନମୁନା ପରୀକ୍ଷା ପରେ ମୋଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୬୪୬୨ଜଣ । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି । ୫୯୮୧ଜଣ । ଏବେ ୪୬୫ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଆଜି ନୂଆ ଚିହ୍ନଟ ଆକ୍ରାନ୍ତ ବାସୁଦେବପୁର ପୌରପାଳିକାର ଜଣେ, ଭଦ୍ରକ ବ୍ଲକର ୮ଜଣ, ଭଦ୍ରକ ପୌରପାଳିକାର ୧୨ଜଣ, ବନ୍ତ ବ୍ଲକର ୨ଜଣ, ଭଣ୍ଡାରିପୋଖରୀ ବ୍ଳକର ଜଣେ, ଚାନ୍ଦବାଲି ବ୍ଳକର ଜଣେ, ଧାମନଗର ବ୍ଳକର ୧୮ଜଣ, ତିହିଡି ବ୍ଲକର ଜଣେ ଏବଂ ଅନ୍ୟ ଜିଲ୍ଲାର ୨ଜଣ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.