Home ଜିଲ୍ଲା ପରିକ୍ରମା ଭଦ୍ରକରୁ ଆରମ୍ଭ ହୋଇଥିବା ପ୍ରଚେଷ୍ଟାକୁ ଆନ୍ତର୍ଜାତୀୟ ସ୍ୱୀକୃତି

ଭଦ୍ରକରୁ ଆରମ୍ଭ ହୋଇଥିବା ପ୍ରଚେଷ୍ଟାକୁ ଆନ୍ତର୍ଜାତୀୟ ସ୍ୱୀକୃତି

15

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜକୁ ପନ୍ଦର ବର୍ଷ ପୂର୍ବେ ଭଦ୍ରକ ଜିଲ୍ଲାରେ ଜନ୍ମିତ ବିଶିଷ୍ଟ ପରିବେଶବିତ୍‌, ସମାଜସେବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ତାଙ୍କର କିଛି ସହଯୋଗୀ ଙ୍କୁ ଧରି ସାଇକେଲ ରେ ଜିଲ୍ଲା ସଦର ମହକୁମା ପରିକ୍ରମା କରିଥିଲେ। ଏହି ସମୟରେ ପରିବେଶ ସୁରକ୍ଷା ଦିଗରେ ସାଇକେଲ ଚଳାଇବା ର ଗୁରୁତ୍ୱ ତଥା ପରିବେଶ ସୁରକ୍ଷା ସଂକ୍ରାନ୍ତୀୟ ବିଭିନ୍ନ ପ୍ଲାକାର୍ଡ ରେ ସାଇକେଲ କୁ ସୁସଜ୍ଜିତ କରିବା ସହିତ ନିଜ ଦେହରେ ମଧ୍ୟ ବିଭିନ୍ନ ସଚେତନତାର ବାର୍ତା ଲେଖାଇଥିଲେ। ଶେଷରେ ଜିଲ୍ଲାପାଳ ଙ୍କୁ ଭେଟି ଏ ସଂକ୍ରାନ୍ତୀୟ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ। ସେତେବେଳେ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଏ ପ୍ରକାର ଅଭିନବ ଚିନ୍ତାଧାରା ଗଭୀର ରେଖାପାତ ସୃଷ୍ଟି କରିଥିଲା। ଐଶ୍ଚର୍ଯ୍ୟଦର୍ଶି ଦୁନିଆରେ ଲୋକେ ନାମୀ ଦାମୀ ଗାଡ଼ି କିଣିବାରେ ମନବଳାଉଥିବାବେ ସାଇକେଲ ପ୍ରତି ଏ ପ୍ରକାର ଆଦର ଚିନ୍ତାଶୀଳ ଲୋକମାନଙ୍କର ଭୃକୁଞ୍ଚନ ସୃଷ୍ଟି କରିଥିଲା। ୨୦୧୩ ମସିହାରେ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ସାମାଜିକ କର୍ମୀ ସୁନୀତା ନାରାୟଣ ଏ ମ୍ ସ୍ ରାସ୍ତା ରେ ସାଇକେଲ ଚଳାଉଥିବା ସମୟରେ ଦୃତଗତିରେ ଆସୁଥିବା ଯାନ ଦ୍ୱାରା ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଏହାକୁ ଆଧାର କରି ତଥା ସାଇକେଲ ଚାଳକ ମାନଙ୍କ ଅଧିକାର ଏବଂ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଶ୍ରୀ ତ୍ରିପାଠୀ ମାନ୍ୟବର ଜାତୀୟ ମାନବାଧିକାର ଆୟୋଗ ଙ୍କ ଠାରେ ମାମଲା ଦାୟର କରିଥିଲେ। ମାନ୍ୟବର ଆୟୋଗ ମଧ୍ୟ ୨୦୧୩-୨୦ ମସିହା ମଧ୍ୟରେ ଏ ସମ୍ପର୍କିତ ଘଟଣା ଗୁଡ଼ିକର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ। ଧୀରେଧୀରେ ବିଭିନ୍ନ ସ୍ଥାନରେ ସାଇକ୍ଲୋଥନ ମାନ ଆୟୋଜନ କରାଗଲା। ଏତଦ୍ ବ୍ୟତୀତ ବିଭିନ୍ନ ରାଜ୍ୟର ରାସ୍ତାମାନଙ୍କରେ ସାଇକଲ ଚଳାଇବା ପାଇଁ ସ୍ୱତନ୍ତ୍ର ଧାଡ଼ି ରବ୍ୟବସ୍ଥା କରାଗଲା। ପରବର୍ତୀ ସମୟରେ ୨୦୧୮ ମସିହା ଜୁନ ୩ ତାରିଖକୁ ଜାତିସଂଘ ବିଶ୍ୱ ସାଇକେଲ ଦିବସ ଭାବେ ପାଳନ କରି ଆସୁଛି। ବିଶ୍ୱ ତାପାୟନ ବୃଦ୍ଧି ପରିପ୍ରେକ୍ଷୀରେ କାର୍ବନ ଡାଇ ଅକ୍ସାଇଡ୍ ର ନିର୍ଗମନ କୁ ଉପଲବ୍ଧି କରି ବିଭିନ୍ନ ଗାଡ଼ି ମଟର ଉପରେ ଅଯଥାରେ ନିର୍ଭର ନକରି ସାଇକେଲ ରେ ଯାତ୍ରା କରିବା ଫଳପ୍ରଦ ହେବ ବୋଲି ଚିନ୍ତା କରା ଯାଇଥିଲା। ଏ ସମ୍ପର୍କୀୟ ସଚେତନତା ଆଣିବାରେ ଉକ୍ତ ଦିବସ ପାଳନ ଏକ ପ୍ରମୁଖ ଭୂମିକା ନିଭାଇ ଆସୁଛି। ଅଯଥା ଦୁର୍ଘଟଣା ରୁ ବର୍ତିବା ସହିତ ପରିବେଶ ସୁରକ୍ଷାର ମନ୍ତ୍ର ସାଇକେଲ ଚଳାଇବାର ମହତ୍ୱ ବୋଲି ମନେ କରାଯାଏ।ଶ୍ରୀ ତ୍ରିପାଠୀ ଙ୍କ ମତରେ ସାଇକେଲ ଚଳାନ୍ତୁ, ନିଜେ ସୁସ୍ଥ ରୁହନ୍ତୁ ଓ ପରିବେଶ କୁ ସୁସ୍ଥ ରଖନ୍ତୁ ଏବଂ ଅଯଥା ଦୁର୍ଘଟଣା ରୁ ସୁରକ୍ଷିତ ରୁହନ୍ତୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.