Home ଜିଲ୍ଲା ପରିକ୍ରମା ଭଦ୍ରକରୁ ଆଜି ଚିହ୍ନଟ ୪୬ ନୂତନ କରୋନା ଆକ୍ରାନ୍ତ

ଭଦ୍ରକରୁ ଆଜି ଚିହ୍ନଟ ୪୬ ନୂତନ କରୋନା ଆକ୍ରାନ୍ତ

41

ଭଦ୍ରକ, ୯-୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରୁ ଆଜି ଚିହ୍ନଟ ନୂତନ ୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଭଦ୍ରକ ଜିଲ୍ଲାରୁ ୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଭଦ୍ରକ ଜିଲ୍ଲା ରେ ୩, ୫୦୩ [+୪୬] ଜଣ ସଂକ୍ରମିତ ହୋଇଥିବା ବେଳେ ୮୦୩ [+୪୬] ଜଣ ସକ୍ରୀୟ ଅଛନ୍ତି। ୨, ୬୮୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗତକାଲି ଏମାନଙ୍କ ମଧ୍ୟରୁ ୨୬୩୩ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବାକି ୮୧୬ଜଣ ଆକ୍ରାନ୍ତ ପଜିଟିଭ ଭାବେ ଏବେ ଆକ୍ଟିଭ ଅଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ବାସୁଦେବପୁର ବ୍ଳକରୁ ୧୪ଜଣ, ବାସୁଦେବପୁର ପୌରପାଳିକାରୁ ୧୮ଜଣ, ଭଦ୍ରକ ବ୍ଲକରୁ ୯ଜଣ, ଭଦ୍ରକ ପୌରପାଳିକାରୁ ୧୬ଜଣ, ବନ୍ତ ବ୍ଳକରୁ ଜଣେ, ଭଣ୍ଡାରିପୋଖରୀ ବ୍ଳକରୁ ୭ଜଣ, ଚାନ୍ଦବାଲି ବ୍ଳକରୁ ୧୦ଜଣ, ଧାମନଗର ବ୍ଲକରୁ ୭ଜଣ ଏବଂ ତିହିଡି ବ୍ଲକରୁ ୭ଜଣ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.