Home ଜିଲ୍ଲା ପରିକ୍ରମା ଭତା ପ୍ରଦାନ ପାଇଁ ବନ୍ଦୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଭତା ପ୍ରଦାନ ପାଇଁ ବନ୍ଦୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

6

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୫ ଜୁନ୍ ୧୯୭୫ ରୁ ୨୧ ମାର୍ଚ୍ଚ ୧୯୭୭ ମଧ୍ୟରେ ଏମ୍‌.ଆଇ.ଏସ୍‌.ଏ. (ଦି ମେେଂଟନାନସ୍ ଅଫ ଇଂଟରନାଲ ସିକ୍ୟୁରିଟି ଆକ୍ଟ ୧୯୭୧) ଡି. ଆଇ.ଆର (ଦି ଡିଫେନସ୍ ଅଫ୍ ଇଣ୍ଡିଆ ରୁଲସ୍‌) ଏବଂ ଡି.ଆଇ.ଏସ୍‌.ଆଇ.ଆର୍ (ଦି ଡିଫେନସ୍ ଆଣ୍ଡ ଇଂଟରନାଲ ସିକ୍ୟୁରିଟି ଅଫ୍ ଇଣ୍ଡିଆ ରୁଲସ୍‌) ଅନୁଯାୟୀ ଓଡ଼ିଶାରେ କାରାବରଣ କରିଥିବା ଏବଂ ୧ ଜାନୁୟାରୀ ୨୦୨୫ ସୁଦ୍ଧା ଜୀବିତ ଥିବା ବନ୍ଦୀ ମାନଙ୍କୁ ମାସିକ ୨୦ ହଜାର ଟଙ୍କା ଲେଖାଏଁ ଭତା ପ୍ରଦାନ କରାଯିବା ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଜିଲ୍ଲା ପ୍ରଶାସନ ଜରିଆରେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଚିହ୍ନଟ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ କମିଟି ଜରିଆରେ ଅନୁମୋଦିତ ଯୋଗ୍ୟ ହିତାଧିକାରୀମାନଙ୍କୁ ୧ ଜାନୁୟାରୀ ୨୦୨୫ ରୁ ଏହି ଭତା ପ୍ରଦାନ କରାଯିବା ପାଇଁ ସୂଚନା ପ୍ରଦାନ କରାଯାଇଛି। ସେମାନଙ୍କୁ ନିଃଶୁକ୍ଳ ଚିକିତ୍ସା ସେବା ମଧ୍ୟ ପ୍ରଦାନ କରାଯିବ। ଏଥିପାଇଁ ଆବେଦନକାରୀମାନେ ଉଦ୍ଧିଷ୍ଟ ଫର୍ମରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆବେଦନ କରିବେ। ଧାର୍ଯ୍ୟ ଅବଧି ଓ ଉଦ୍ଦେଶ୍ୟରେ କାରାବରଣ କରିଥିବା ପ୍ରମାଣ ସ୍ୱରୂପ ଆବଶ୍ୟକ କାଗଜାଦି ଏବଂ ୩ ଜଣ ବିଶିଷ୍ଟ ସହ ବନ୍ଦୀଙ୍କ ନାମ, ଆଫିଡେଭିଟ୍ ଆଦି ଦରଖାସ୍ତ ସହ ଦାଖଲ କରିବାକୁ କୁହାଯାଇଛି। ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ଜାନୁୟାରୀ ୨୬ ରେ ଶୁଭାରମ୍ଭ କରାଯିବା ନେଇ ଘୋଷଣା କରାଯାଇଛି। ଏହାପରେ ମଧ୍ୟ ଦରଖାସ୍ତ ଗ୍ରହଣ କରାଯିବ। ଜିଲ୍ଲା ପ୍ରଶାସନ ଦ୍ୱାରା ଗଠିତ କମିଟି ଦ୍ୱାରା ଚିହ୍ନଟ ଦରଖାସ୍ତ ରାଜ୍ୟ ସ୍ତରକୁ ପ୍ରେରଣ କରାଯିବ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସ୍ତରରେ ଆଭାସି ଜରିଆରେ ଅନୁଷ୍ଠିତ ବୈଠକ ପରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ସାମ୍ବାଦିକ ସାକ୍ଷାତକାର ଜରିଆରେ ଏହି ଯୋଜନାର କାର୍ଯ୍ୟକାରୀତା, ଆବେଦନ ପକ୍ରୀୟା, ଯୋଗ୍ୟ ହିତାଧିକାରୀ ଆଦି ସମ୍ବନ୍ଧରେ ପ୍ରଚାର ପ୍ରସାର ପାଇଁ ବାର୍ତା ପ୍ରଦାନ କରିଥିଲେ। ଭଦ୍ରକ ଜେଲର ଚେତନା ପାତ୍ର, ଅତିରିକ୍ତ ଏସ୍‌.ପି. ଅରୂପ ଅଭିଷେକ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧକାରୀ ପ୍ରମୁଖ ଓସ୍‌ୱାନ୍ ହଲ୍‌ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଆଭାସି ବୈଠକରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.