Home ଜିଲ୍ଲା ପରିକ୍ରମା ଭତା କାରବାରରେ ଦୁର୍ନୀତିର ଗନ୍ଧ:ଜୀବନ୍ତକୁ ମିଳୁନି, ମୃତକଙ୍କୁ ମିଳୁଛି

ଭତା କାରବାରରେ ଦୁର୍ନୀତିର ଗନ୍ଧ:ଜୀବନ୍ତକୁ ମିଳୁନି, ମୃତକଙ୍କୁ ମିଳୁଛି

1

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜୀବନ୍ତଙ୍କୁ ମୃତ ଦର୍ଶାଇ ଭତାପ୍ରଦାନ କରାଯାଇନଥିବା ବେଳେ ଜଣେ ମୃତ ବ୍ୟକ୍ତିଙ୍କୁ ମରିବାର ବର୍ଷେ ପରେ ବି ଭତା ପ୍ରଦାନ କରାଯାଇଛି ବୋଲି ଅଭିଯୋଗ ହୋଇଛି।ଏହି ଅଭିଯୋଗ ପରେ ଦାୟିତ୍ୱରେ ଥିବା ଅଧିକାରୀଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି। ବିବରଣୀରୁ ପ୍ରକାଶ ଯେ, ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଂଚାୟତର ବଡ଼ବନସ୍ତା ଗ୍ରାମର ୯୪ ବର୍ଷୀୟ ଗୌରାଙ୍ଗ ସାହୁ ଜୀବିତ ଥିବା ବେଳେ ତାଙ୍କୁ ମୃତ ଦର୍ଶାଇ ଗତ ୩ମାସ ହେବ ଭତା ପ୍ରଦାନ କରାଯାଇନାହିଁ।ଭତା ନମିଳିବା କାରଣରୁ ଅନୁଧ୍ୟାନ ପରେ ତାଙ୍କ ପୁଅ ରାଧାକାନ୍ତ ବ୍ଲକ କାର୍ଯ୍ୟାଳୟ ଯାଇ ଏହା ଜାଣିବାକୁ ପାଇଥିଲେ।ଏହାକୁ ନେଇ ଅଭିଯୋଗ ହୋଇଥିଲା ବେଳେ ସେହି ତେସିଙ୍ଗା ପଂଚାୟତ ବଡ଼ ବନସ୍ତା ଗ୍ରାମର ୮୦ ବର୍ଷ ବୟସରେ ଗତ୨୦୨୪ ମସିହା ନଭେମ୍ବର ୧୪ ତାରିଖରେ ମୃତ୍ୟୁ ହୋଇଥିବା ବଂଶୀଧର ନାୟକଙ୍କୁ ୨୦୨୫ ମସିହା ଅକ୍ଟୋବର ମାସ ପର୍ଯ୍ୟନ୍ତ ଭତା ପ୍ରଦାନ କରାଯାଇଛି ବୋଲି ଅଭିଯୋଗ ହୋଇଛି।ମାସିକ ୩୫୦୦ ଟଙ୍କା ଲେଖାଏଁ ଭତାରାଶି ବ୍ୟାଙ୍କ ଅଫ ଇଣ୍ଡିଆର ଜମା ଖାତା ମାଧ୍ୟମରେ ପ୍ରଦାନ କରାଯାଇଥିବା ତଥ୍ୟ ଜଣାଯାଇଛି।ଏହା ନଜରକୁ ଆସିଥିବା ଗୋଟିଏ ଗୋଟିଏ ଉଦାହରଣ ହୋଇଥିଲାବେଳେ ଏପରି ଅନେକ ତ୍ରୁଟି ଥାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।ଏପରି ଘଟଣା ଉପରେ ଉଚ୍ଚସ୍ତରୀୟ ତଦନ୍ତ ସହ ଦାୟିତ୍ୱହୀନ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୂଚନା ଅଧିକାର କର୍ମୀ ଶ୍ୟାମସୁନ୍ଦର ସେନାପତି ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.