Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ -୨୭୭ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ କଲେ ଚତୁର୍ଥ ଦିନରେ

ଭଣ୍ଡାରିପୋଖରୀ -୨୭୭ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ କଲେ ଚତୁର୍ଥ ଦିନରେ

30

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ନାମାଙ୍କନପତ୍ର ଦାଖଲର ଥିଲା ଚତୁର୍ଥ ଦିବସ। ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ବିଭିନ୍ନ ପଞ୍ଚାୟତର ସରପଞ୍ଚ ପଦବୀ, ସମିତିସଭ୍ୟ ପଦବୀ ଓ ୱାର୍ଡ ସଦସ୍ୟ/ସଦସ୍ୟା ପଦବୀ ପାଇଁ ଆଜିର ଦିନରେ ୨୭୭ ପ୍ରାର୍ଥୀପତ୍ର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେଥିମଧ୍ୟରୁ ୩୪ଜଣ ସମିତିସଭ୍ୟ/ସଭ୍ୟା ପ୍ରାର୍ଥୀମାନେ ବ୍ଲକ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୨୯ ଜଣ ସରପଞ୍ଚ ପ୍ରାର୍ଥୀ ଓ ୨୧୪ ଜଣ ୱାର୍ଡସଦସ୍ୟ/ସଦସ୍ୟା ପ୍ରାର୍ଥୀ ନିଜ ନିଜ ପଞ୍ଚାୟତ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରମୁଖ ସମିତି ସଭ୍ୟ ପ୍ରାର୍ଥୀମାନେ ହେଲେ ବୟାବନାପୁର ପଞ୍ଚାୟତର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ନଗୁଆଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବାସ ଗୋଚ୍ଛାୟତ, ସାନଶାସନ ପଞ୍ଚାୟତର ସନ୍ତୋଷ କୁମାର ମହାପାତ୍ର ଓ ବିଶ୍ୱନାଥ ବାରିକ, ମାଳଦା ପଞ୍ଚାୟତର ସୁଲୋଚନା ସାମଲ, ରାଜେନ୍ଦ୍ରପୁର ପଞ୍ଚାୟତର ପ୍ରମିଳା ସେଠୀ, ଜଳମଣ୍ଡୁଆ ପଞ୍ଚାୟତର ବଳରାମ ରାଉତ, ଝୁଟୁଣା ପଞ୍ଚାୟତର ଦିପୁରଞ୍ଜନ ରାଉତ, ବନ୍ଦାଳୋ-ମଢ଼ିଆଳି ପଞ୍ଚାୟତର ମଞ୍ଜୁଲତା ଜେନା, ନେରଡା ପଞ୍ଚାୟତର ରାଜକିଶୋର ଜେନା, ପାଟୁଳି ପଞ୍ଚାୟତର ମିନତୀ ମୁଣ୍ଡା, ରାମଚନ୍ଦ୍ରପୁର ପଞ୍ଚାୟତର ମଦନ ରାଉତ, ବିଷ୍ଣୁପୁର ପଞ୍ଚାୟତର ମିନାକ୍ଷୀ ନାୟକ ପ୍ରମୁଖ। ସେହିପରି ଆଜି ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରମୁଖ ସରପଞ୍ଚ ପ୍ରାର୍ଥୀମାନେ ହେଲେ ନାଆମୀ ପଞ୍ଚାୟତର ସଶ୍ମିତା ସେଠୀ, ଷୋଳମପୁର ପଞ୍ଚାୟତର ଅବିନାଶ ନାୟକ, ଝୁଟୁଣା ପଞ୍ଚାୟତର ବାସନ୍ତି ଜେନା, ରଣଜିତ ପଞ୍ଚାୟତର କ୍ରିଷ୍ଣା ମହାନ୍ତି, ବନ୍ଦାଳୋ-ମଢ଼ିଆଳି ପଞ୍ଚାୟତର ବିଶ୍ୱନାଥ ଜେନା ଓ ଅମରେଶ ବିଶ୍ୱାଳ, ରାଜେନ୍ଦ୍ରପୁର ପଞ୍ଚାୟତର ବାସନ୍ତି ଜେନା, ଜଳମଣ୍ଡୁଆ ପଞ୍ଚାୟତର ତନିମା ରାଉତ, ବିଷ୍ଣୁପୁର ପଞ୍ଚାୟତର ତପନ ପାତ୍ର, ପାଟୁଳି ପଞ୍ଚାୟତର ଜୟନ୍ତି ମୁଣ୍ଡା ପ୍ରମୁଖ। ନାମାଙ୍କନର ଚାରି ଦିନରେ ମୋଟ ୬୬୬ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଶୁକ୍ରବାର ନାମାଙ୍କନର ଶେଷ ଦିବସ ହୋଇଥିବାରୁ ବ୍ୟାପକମାତ୍ରାରେ ପ୍ରାର୍ଥୀପତ୍ର ଦାଖଲ ହେବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.