Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ – ୧୩ ବର୍ଷିୟ ଛାତ୍ରଙ୍କ ଆତ୍ମହତ୍ୟା

ଭଣ୍ଡାରିପୋଖରୀ – ୧୩ ବର୍ଷିୟ ଛାତ୍ରଙ୍କ ଆତ୍ମହତ୍ୟା

30

ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖଣୀ ଥାନା ଅନ୍ତର୍ଗତ ସରସଦା ଗ୍ରାମର କାଳନ୍ଦି ଜେନାଙ୍କ ୧୩ ବର୍ଷୀୟ ପୁଅ ପ୍ରଣୟ ଆଜି ବେକରେ ରଶୀ ଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୋବାଇଲ ବ୍ୟବହାରକୁ ନେଇ ପରିବାର ଲୋକେ ପ୍ରଣୟକୁ ଆକଟ କରିଥିଲେ। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ପ୍ରଣୟ ଅପରାହ୍ନ ପ୍ରାୟ ୨ଟା ବେଳେ ଗୋଟିଏ କୋଠରୀ ଓରାରେ ରଶୀ ଲଗାଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ଭଣ୍ଡାରିପୋଖରୀ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ମୃତ ଘୋଷଣା କରିବା ସହ ଥାନାକୁ ଜଣାଇଥିଲେ। ଥାନାରେ ଅପମୃତ୍ୟୁ ମାମଲା ଋଜୁ ହୋଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.