Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ବ୍ଲକ୍‌ରେ ମିଳିତ ଜନଶୁଣାଣି ଶିବିର

ଭଣ୍ଡାରିପୋଖରୀ ବ୍ଲକ୍‌ରେ ମିଳିତ ଜନଶୁଣାଣି ଶିବିର

7

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ଅକ୍ଟୋବର ମାସର ଦ୍ୱିତୀୟ ସୋମବାରରେ ଭଣ୍ଡାରିପୋଖରୀ ବ୍ଲକରେ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ଓ ଭଦ୍ରକ ଏସ୍‌.ପି. ମାଡକର ସନ୍ଦୀପ ସମ୍ପତ ଏହି ଶିବିରରେ ଯୋଗ ଦେଇ ସମୁଦାୟ ୧୧୮ଟି ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ ୯୬ଟି ବ୍ୟକ୍ତିଗତ ଓ ୨୨ଟି ସାମୂହିକ ସମସ୍ୟା ସମ୍ବଳିତ ଅଭିଯୋଗ ଥିଲା । ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କୁଶଳ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧୀର ରଞ୍ଜନ ନାୟକ, ଭଣ୍ଡାରିପୋଖରୀ ବି.ଡ଼ି.ଓ. ଦେବଦତ ଦାସ, ଭଣ୍ଡାରିପୋଖରୀ ତହସିଲ୍‌ଦାର ସରୋଜକାନ୍ତ ନାୟକ, ଭଣ୍ଡାରିପୋଖରୀ ବ୍ଲକ୍ ଅଧ୍ୟକ୍ଷା ସୁମତୀ ସେଠୀ ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରେସନ୍ କାର୍ଡ଼, ବାର୍ଦ୍ଧକ୍ୟ ଭତା, ରାସ୍ତା, ସରକାରୀ ସହାୟତା, ନଳକୂପ, ବସୁନ୍ଧରା, ପୁରୀ ଯାତ୍ରା ପାଇଁ ହବିଷ୍ୟାଳୀଙ୍କୁ ଆର୍ଥିକ ସହାୟତା ଆଦି ଭଳି ବିଭିନ୍ନ ବିଭାଗୀୟ ଯୋଜନା ଓ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଆଗତ ହୋଇଥିଲା । ନିୟମାନୁଯାୟୀ ଯଥାଶୀଘ୍ର ଅଭିଯୋଗ ସବୁର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଶିବିରରେ ଉପସ୍ଥିତ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.