Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ବିଜେପିର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

ଭଣ୍ଡାରିପୋଖରୀ ବିଜେପିର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

38

ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟି ଭଣ୍ଡାରିପୋଖରୀ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ବେଲଗଡିଆରେ ଆଜି ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ଗିରିଶ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ପ୍ରଭାରୀ ପଙ୍କଜିନି ଲେଙ୍କା ଉଦଘାଟନ କରିଥିଲେ । ଦଳର ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳର ସଙ୍ଗଠନକୁ ଅଗ୍ରଣୀ କରିବା ସହ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର, କୁଶାସନ ବିରୋଧ ଲଢେଇ କରିବାକୁ ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ସଙ୍କଳ୍ପ ନେବାକୁ ଆହ୍ୱାନ ଦେଇଥିଲେ । ଏଥିସହ ସାଧାରଣ ଜନତାଙ୍କ ପାିଁ ଉଦ୍ଦିଷ୍ଟ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇ ଜନସାଧାରଣଙ୍କ ଆସ୍ଥାଭାଜନ ହେବାକୁ ପରାମର୍ଶ ଦେଇଥିଲେ । ଏଥିରେ ଦଳର ଜିଲ୍ଲ ଉପସଭାପତି ଜଗବନ୍ଧୁ ଦାସ, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ଖିଲାର, ସରପଞ୍ଚ କମଳ କୁମାର ନନ୍ଦ, ଚିନ୍ମୟ ପଟ୍ଟନାୟକ, ଅକ୍ଷୟ ମହାନ୍ତି, ସୁଶାନ୍ତ ମହାପାତ୍ର, ସନ୍ତୋଷ ସାହୁ, ଭାସ୍କର ଜେନା, ଜୟକୃଷ୍ଣ ନାୟକ ପ୍ରମୁଖ ଯୋଗଦେଇ ରାଜନୈତିକ ଓ ସାଙ୍ଗଠନିକ ଦିଗ ଉପରେ ଆଲୋଚନା କରିଥିଲେ । ନିରାକାର ସାହୁ, ଅନ୍ତର୍ଯ୍ୟାମୀ ସାହୁ, ମଦନ ମୋହନ ସାହୁ, ବଳରାମ ରାଉତ, ନିରୋଜ ଦ୍ୱିବେଦୀ, କନକଲତା ସାହୁ, ଦିଗମ୍ବର ନାୟକ, ସୁବାସ ପାତ୍ର, ପର୍ଶୁରାମ ପରିଡା, ବାବାଜି ଓଝା, ପଦ୍ମାଳୟା ପଣ୍ଡା, ସତ୍ୟବ୍ରତ ଜେନା, ତପନ ପାତ୍ର ପ୍ରମୁଖ ନିଜ ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ ଉପସ୍ଥାପନ କରିଥିଲେ । ଏହି ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.