Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ବିଜେପିର ପ୍ରସ୍ତୁତି ବୈଠକ

ଭଣ୍ଡାରିପୋଖରୀ ବିଜେପିର ପ୍ରସ୍ତୁତି ବୈଠକ

6

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେପି ସରକାର ଏକ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ତାହା କିପରି ଧୁମ୍ ଧାମରେ ପାଳନ ହେବ ତାହାକୁ ନେଇ ଭଣ୍ଡାରିପୋଖରୀ ବିଜେପି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ମଣ୍ଡଳ ସଭାପତି ତରଣୀ ସେନ୍ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୂର୍ବତନ ଜିଲ୍ଲା ସଭାପତି ଅକ୍ଷୟ ସାହୁ, ଜିଲ୍ଲା ସଂଯୋଜକ ଡ଼କ୍ଟର ପ୍ରତାପ ନାୟକ ପୂର୍ବତନ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୁରେଶ ସାମଲ, ଅଶୋକ ସାହୁ ପ୍ରମୁଖ ଉଦବୋଧନ ଦେଇଥିଲେ। କେନ୍ଦ୍ର ସରକାରଙ୍କ ୧୧ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ଓଡ଼ିଶାରେ ଏକ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଏକ ବର୍ଷ ଓ କେନ୍ଦ୍ରର ୧୧ ବର୍ଷ ମଧ୍ୟରେ ଜେଉ ସବୁ ଲୋକ ହିତ କାମ ହୋଇଛି ତାହା ଲୋକଙ୍କ ପାଖରେ ପହଂଚାଇବା ଆମର ଦାୟିତ୍ୱ ବୋଲି ପୂର୍ବତନ ଜିଲ୍ଲା ସଭାପତି ଅକ୍ଷୟ ସାହୁ ନିଜ ବକ୍ତବ୍ୟରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ରାଉତ, ପ୍ରତାପ ଦ୍ୱିବେଦୀ, ଟିଲାନ୍ ପଟ୍ଟନାୟକ, ନିରାକାର ସାହୁ, ପର୍ଶୁରାମ ପରିଡ଼ା, ପ୍ରଭାତ ରାଉତ, ବିନତି ଦାସ ଜଳମନ୍ଦୁଆ ସରପଂଚ ପ୍ରତିନିଧି ନିହାର ରଞ୍ଜନ ଦାସ, ବଳରାମ ରାଉତ, ମହେନ୍ଦ୍ର ସ୍ୱାଇଁ, ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.