Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ବିଜେଡି ପକ୍ଷରୁ ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ଭଣ୍ଡାରିପୋଖରୀ ବିଜେଡି ପକ୍ଷରୁ ୨୫ତମ ପ୍ରତିଷ୍ଠା ଦିବସ ପାଳିତ

22

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଦେଶର ସର୍ବ ବୃହତମ ଆଞ୍ଚଳିକ ଦଳ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ୍‌ଠାରେ ବିଜୁ ଜନତା ଦଳର ରୌପ୍ୟ ଜୟନ୍ତୀ ଉତ୍ସବ ତଥା ପ୍ରତିଷ୍ଠା ଦିବସ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଏବଂ ବିଧାୟକଙ୍କ ପ୍ରତିନିଧି ତଥା ରାଜ୍ୟ ସଂପାଦକ ଇଂ ପ୍ର୍ରୟାସକାନ୍ତି ସାମଲ (ଲୁଲୁ ଭାଇ)ଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି । ଏହି ଅବସରରେ ଦଳର ବହୁ ବରିଷ୍ଠ ନେତୃତ୍ୱ ପୂର୍ବ ବିଧାୟକ ଦେବେନ୍ଦ୍ର ବାବୁ, ସୁଧାଂଶୁ ବାବୁ, ପ୍ରଶାନ୍ତ ବାବୁ, ରବି ବାବୁ, କମଳା ବାବୁ, ରେବତୀ ଅପା, ନିହାରିକା ଅପା, ଯୁବ ସଭାପତି ସତ୍ୟ ବାବୁ, ଛାତ୍ର ସଭାପତି ଟିପୁନ ବାବୁ, ଲିଟୁ ବାବୁ, ଚିନୁ ବାବୁ ଏବଂ ସମସ୍ତ ପଂଚାୟତ ସ୍ତରୀୟ ନେତୃତ୍ୱ ଉପସ୍ଥିତ ରହି ବିଜୁ ବାବୁଙ୍କ ନୀତି ଆଦର୍ଶ ଉପରେ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.