Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ – ବିଜୁପକ୍କାଗୃହ ସହାୟତା ପାଇବେ ୩ ହଜାର ହିତାଧିକାରୀ

ଭଣ୍ଡାରିପୋଖରୀ – ବିଜୁପକ୍କାଗୃହ ସହାୟତା ପାଇବେ ୩ ହଜାର ହିତାଧିକାରୀ

126

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକ ଅନ୍ତର୍ଗତ ମୋଟ ୨୩ ପଞ୍ଚାତୟତର ତିନି ହଜାର ବିଜୁପକ୍କାଗୃହ ହିତାଧିକାରୀ ତିନିହଜାର ଟଙ୍କା ଲେଖାଏଁ ମରାମତ ସହାୟତା ପାଇବେ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଏହି ଯୋଜନା ଉଦଘାଟନ କରିଥିଲେ । ବ୍ଲକ ସମ୍ମଳନୀ କକ୍ଷରେ ଅନୁଷ୍ଠିତ ଉତ୍ôସରେ ବିଡିଓ ଦେବଦତ୍ତ ଦାଶ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତ ସାମଲ, ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ପ୍ରତିନିଧି ଗୋଲକ ଚନ୍ଦ୍ର ବେହେରା, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ ସମସ୍ତ ପଞ୍ଚାୟତରେ ଏହି ଉତ୍ସବ ଅନଷ୍ଠିତ ହୋଇଥିଲା । ଏହି ଯୋଜନା ପାଇଁ ଛଅହଜାର ପାଞ୍ଚଶହ ହିତାଧିକାରୀଙ୍କ ତାଳିକା ପ୍ରସ୍ତୁତ ହୋଇଛି । ମାତ୍ର କାଗଜପତ୍ର ଠିକ ହୋଇନଥିବାରୁ ସେମାନଙ୍କ ମଧ୍ୟରୁ ତିନି ହଜାର ହିତାଧିକାରୀ ଏହି ସହାୟତା ପାଇବେ । ପରବର୍ତ୍ତ ସମୟରେ ଅତିରିକ୍ତ ତିନିହଜାର ପାଞ୍ଚଶହ ହିତାଧିକାରୀ ମଧ୍ୟ ଯୋଜନାରେ ସାମିଲ ହେବେ ବୋଲି ବିଡିଓ ଶ୍ରୀ ଦାଶ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.