Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ : ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ

ଭଣ୍ଡାରିପୋଖରୀ : ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ

40

ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକରେ କରୋନାର ଦ୍ୱିତୀୟ ଲହରରେ ଆଜି ପାଞ୍ଚ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବୟାବନାପୁର ପଞ୍ଚାୟତତର ଚନ୍ଦ୍ରଭାନୁପୁର ଗ୍ରାମରୁ ୩ଜଣ, ହଳଦୀଗଡିଆ ଗ୍ରାମରୁ ଜଣେ ଓ ଶାସନଶାସନ ପଞ୍ଚାୟତର ବିମ୍ବଳବର ଗ୍ରାମରୁ ଜଣେ ଅନ୍ତର୍ଭୁକ୍ତ । ଏଥି ପୂର୍ବରୁ ଚଳିତ ସପ୍ତାହରେ ଆଠଜଣ ଚିହ୍ନଟ ହୋଇଥିଲେ । ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ ତେରଜଣ ଦ୍ୱିତୀୟ ଲହରରେ ଚିହ୍ନଟ ହୋଇଛନ୍ତି । କରୋନାର ଟିକାକରଣ ସତ୍ତ୍ୱେ ଦ୍ୱିତୀୟ ଲହର ଅଧିକ ଘାତକ ବୋଲି ସ୍ଥାନୀୟ ସ୍ୱାସ୍ଥ୍ୟଅଧିକାରୀ ସୂଚନା ଦେଇଛନ୍ତି । ଏଥିନେଇ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଛି । ତଥାପି ଅଧିକାଂଶ ଲୋକେ ବେପରୁଆ ଭାବେ କୋଭିଡ ନିୟମ ମାନୁନାହାନ୍ତି । ମାସ୍କ ବ୍ୟବହାର ତ ଦୂରର କଥା, ଅଯଥା ଗହଳି ଲଗାଇ ବୁଲୁଛନ୍ତି । ଯଦିଓ ପୁଲିସ କାଁ ଭାଁ ଚଢାଉ କରି ଫାଇନ ଆଦାୟ ଆରମ୍ଭ କରିଛି ତଥାପି ଏହାର ପ୍ରଭାବ ସେଭଳି ପଡୁନଥିବା ଦେଖାଯାଇଛି । ମୁନସୀ ମେଲଣ କୋଭିଡ କଟକଣାରେ ପାଳନ ହୋଇଥିଲେ ବି ଅନେକ ଅମାନିା ବିନା ମାସ୍କରେ ଗହଳି ଲଗାଇ ବୁଲୁଥିବା ଦେଖାଯାଇଥିଲା । ଏପରିକି ବ୍ୟବସାୟୀମାନେ ମାସ୍କ ବ୍ୟବହାର କରିନଥିବା ବେଳେ ଗ୍ରାହକମାନେ ମଧ୍ୟ ମାସ୍କ ବବହାର କରୁନାହାନ୍ତି । ସଂକ୍ରମଣ ପ୍ରତିରୋଧକାରୀ ସାମାଜିକ ଦୂରତା ଆବଶ୍ୟକତାକୁ ଲୋକେ ଭୁଲିଯାଇଛନ୍ତି । ସଂକ୍ରମଣର ବିପଦ ଦୃଷ୍ଟିରୁ ପରିବାର ଓ ନିଜର ସୁରକ୍ଷା ପାଇଁ କୋଭିଡ କଟକଣାକୁ ଲୋକେ ପାଳନ କରିବାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କମଳାକାନ୍ତ ସ୍ୱାଇଁ ଜନସାଧାରଣଙ୍କୁ ଆହ୍ୱନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.