Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ପ୍ରତିଷ୍ଠ ଦିବସ ପାଳିତ

ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ପ୍ରତିଷ୍ଠ ଦିବସ ପାଳିତ

0

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବନ୍ତ ଠାରେ ଆଜି ୨୯ ତମ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ବିଜୁ ଜନତା ଦଳର ବରିଷ୍ଠ ନେତା ରାଜ୍ୟ ସ୍ତରୀୟ ନେତୃମଣ୍ଡଳୀ ପୂର୍ବତନ ମନ୍ତ୍ରୀ ତଥା ବର୍ତମାନ ର ଆଳି ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକଙ୍କ ଆହ୍ୱାନ କ୍ରମେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା,ବନ୍ତ ବ୍ଲକ୍ ଉପାଧ୍ୟକ୍ଷ ପ୍ରଗତି ବାଳା ସ୍ୱାଇଁ,ବିଜେଡ଼ି ଜିଲ୍ଲା ଉପ ସଭାପତି ପ୍ରଶାନ୍ତ କୁମାର ଦାସ,ବିଜେଡ଼ି ରାଜ୍ୟ ଯୁବ ସାଧାରଣ ସମ୍ପାଦକ, ବିଜେଡ଼ି ରାଜ୍ୟ ଛାତ୍ର ବରିଷ୍ଠ ଉପ ସଭାପତି,ବିଜୁ ଜନତା ଦଳର ବରିଷ୍ଠ ନେତୃତ୍ୱ, ଆଗ ଧାଡିର ସଙ୍ଗଠକ,ବିଜୁ ଯୁବ ଛାତ୍ର ଓ ମହିଳା ଜନତା ଦଳର ଛାମୁଆଁ ନେତୃମଣ୍ଡଳୀ ଙ୍କ ସମେତ ତୃଣମୂଳ ସ୍ତରର କର୍ମକର୍ତା ଓ ସମସ୍ତ ଗ୍ରାମ ପଂଚାୟତ ର ଦଳୀୟ ସଭାପତି ଓ ବିଜେଡ଼ି ସମର୍ôଥତ ସରପଂଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ। ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ଆଗାମୀ ଦିନରେ ଶଙ୍ଖ ସଙ୍ଗଠନ ଆହୁରି ମଜଭୂତ ହେବା ସହିତ ସାଧାରଣ ଜନତାଙ୍କ ସମସ୍ୟା ର ସମାଧାନ ପାଇଁ ଶଙ୍ଖ ସଙ୍ଗଠନ ର ସୈନିକ ଗାଁ ଠାରୁ ବ୍ଲକ୍ ଏବଂ ଜିଲ୍ଲା ଠାରୁ ରାଜଧାନୀ ଭୁବନେଶ୍ୱର ର ରାଜରାସ୍ତା ଯାଏଁ ଲଢେଇ ଜୋରଦାର ହେବ ବୋଲି ମତପ୍ରକାଶ କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ । ଧାନ କିଣାବା ଠାରୁ ଆରମ୍ଭ ଧନ ମଣ୍ଡିରେ ଦଲାଲ୍ ରାଜ୍ ହେଉ କି ସ୍ମାର୍ଟ ମିଟର ଆଳରେ ଘରୋଇ କମ୍ପାନୀ ର ହିତାଧିକାରୀ ଙ୍କ ଉପରେ ଜୁଲମ ଅବା ରାସନ୍ କାର୍ଡ କାଟିବା ହେଉ ଅବା ପାଚିକା ସହାୟିକାଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ସାଧାରଣ ଜନତାଙ୍କ ସମସ୍ୟା ର ସମାଧାନ ହକ୍ ଅଧିକାର ପାଇଁ ଲଢ଼େଇ ସଂଗ୍ରାମ କରିବା ପାଇଁ ଶଙ୍ଖ ସଙ୍ଗଠନ ର ସୈନିକ ତୃଣମୂଳ ସ୍ତରର କର୍ମକର୍ତା ସଦାସର୍ବଦା ପ୍ରସ୍ତୁତ ଅଛନ୍ତି ବୋଲି ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ରେ ମତପ୍ରକାଶ କରିଛନ୍ତି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.