Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ – ନାଗସାପ ଉଦ୍ଧାର

ଭଣ୍ଡାରିପୋଖରୀ – ନାଗସାପ ଉଦ୍ଧାର

55

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଜଳମଣ୍ଡୁଆ ପଞ୍ଚାୟତ ପଦିନାରାୟଣପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷା ପ୍ରଶାସକ ପୁରୁଷୋତ୍ତମ ଧଳଙ୍କ ବାସଗୃହରୁ ଶୁକ୍ରବାର ଅପରାହ୍ନରେ ଏକ ଚନ୍ଦ୍ର ନାଗସାପ ଉଦ୍ଧାର କରାଯାଇଛି । ଗତ ଗୁରୁବାର ସକାଳ ୧୦ ଟା ସମୟରେ ବୈଠକ ଘର ଖବରକାଗଜ ଥାକ ଭିତରେ ନାଗସାପ ରହି ଗର୍ଜ୍ଜନ କରିଥିଲା । ଘର ଲୋକେ ଖୋଜାଖୋଜି କରି ସାପକୁ ପାଇନଥିଲେ । ଘରୁ ବାହାରକୁ ପଳାଇଯାଇଛି ବୋଲି ପରିବାର ଲୋକେ ଆଶ୍ୱସ୍ତ ହୋଇଥିଲେ । ଶୁକ୍ରବାର ରେଷେଇ ପାଇଁ ଗ୍ୟାସ ଟାଙ୍କି ବାହାର କରୁଥିବା ବେଳେ ସାପଟି ଥିବା ଦେଖି ସ୍ନେକ ହେଲପ ଲାଇନକୁ ଖବର ଦେଇଥିଲେ । ହେଲପଲାଇନ ଶେଖ ମିର୍ଜ୍ଜା ୪.୫ଫୁଟ ଲମ୍ବର ନାଗସାପ ଉଦ୍ଧାର କରି ଜଙ୍ଗଲରେ ଛଡିବା ପାଇଁ ସାଥିରେ ନେଇଯାଇଥିଲେ ବୋଲି ଶ୍ରୀ ଧଳ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.