Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ଥାନା ପୋଡି ସ୍ମୃତି ସମାରୋହ

ଭଣ୍ଡାରିପୋଖରୀ ଥାନା ପୋଡି ସ୍ମୃତି ସମାରୋହ

28

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭାରତୀୟ ସ୍ୱାଧୀନତା ସଂଗ୍ରାମର ଉଲ୍ଲେଖନୀୟ ଐତିହ୍ୟ ଭଣ୍ଡାରିପୋଖରୀ ଥାନା ପୋଡିର ୮୪ତମ ସ୍ମୃତି ସମାରୋହ ଥାନାଧିକାରୀ କମଳାକାନ୍ତ ଦାସଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା । ପ୍ରଥମେ କ୍ରାନ୍ତି ମଇଦାନ କହରାପୋଖରୀ ଠାରେ ସଂଗ୍ରାମୀଙ୍କ ଦାୟାଦ ଲକ୍ଷ୍ମୀକାନ୍ତ ନାୟକ ଜାତୀୟ ପତାକା ଉତୋଳନ କରିଥିଲେ । ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତି ଓ ସ୍ମାରକୀ ସ୍ତମ୍ଭରେ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବ୍ଲକ୍ ଅଧ୍ୟକ୍ଷା ସୁମତୀ ସେଠୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅନୁପ ସାଏ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ତ୍ରିଲୋଚନ ସେଠୀ, ସମାଜସେବୀ ବଦ୍ରୀ ନାରାୟଣ ଧଳ, ସୁବ୍ରତ ଦାସ, ରଜନୀ ଚାନ୍ଦ, ଡ. ସୁଧାଂଶୁ ନାୟକ, ନାରାୟଣ ପୋଥାଳ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଥାନା ପରିସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତି ଓ ସ୍ମାରକୀ ସ୍ତମ୍ଭରେ ଅନୁରୂପ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଆୟୋଜିତ ସାଧାରଣ ସଭାକୁ ଭାଷାବିତ୍ ଉତ୍ସର୍ଗକରଣ କରିଥିଲେ । ଆୟୋଜିତ ସାଧାରଣ ସଭାକୁ ଭରତ କରଣ ସଂଚାଳନା କରିଥିଲେ । ସାମ୍ବାଦିକ ଶ୍ୟାମସୁନ୍ଦର ମହାପାତ୍ର ଅତିଥି ପରିଚୟ, ଆଇଆଇସି କମଳାକାନ୍ତ ଦାସ ସ୍ୱାଗତ ଭାଷଣ, ଶିକ୍ଷାବିତ୍ କାର୍ତିକ ସ୍ୱାଇଁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବିଧାୟକ ଶ୍ରୀ ମଲ୍ଲିକ, ପ୍ରାକ୍ତନ ମନ୍ତ୍ରୀ ଶ୍ରୀ ସାମଲ, ସ୍ୱାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତ, ରଜନୀକାନ୍ତ ଚନ୍ଦ, ଗିରିଶି ସାମଲ, ସରପଂଚ ବର୍ଷାରାଣୀ ଜେନା, ପ୍ରାକ୍ତନ ବ୍ଲକ୍ ଅଧ୍ୟକ୍ଷା ସଂଘମିତ୍ରା ପଣ୍ଡା, ଜିଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ବ୍ରଦୀ ନାରାୟଣ ରାଉତ, କଳାକାର କୀର୍ତନ ଧଳ, ସଂଗ୍ରାମୀ ବୈଲୋଚନ ଜେନା ପ୍ରମୁଖ ଉଦ୍‌ବୋଧନ ଦେଇ କଷ୍ଟଲବ୍ଧ ସ୍ୱାଧୀନତାର ସୁରକ୍ଷା ପାଇଁ ସମସ୍ତେ ସଂକଳ୍ପ ନେବାକୁ କହିଥିଲେ । ଶେଷରେ ଅନନ୍ତ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.