Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ

ଭଣ୍ଡାରିପୋଖରୀର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ

45

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଭଣ୍ଡାରିପୋଖରୀ ବ୍ଲକର ପୁରପଲ୍ଲୀରେ ଆଜି ଅନୁଷ୍ଠିତ ହୋଇଯାଇଛି । ମଞ୍ଜୁରୀ ବଳଦେବଜୀଉ ମନ୍ଦିରରେ ଅନୁଷ୍ଠିତ ଘୋଷଯାତ୍ରାରେ ଚୌଧୁରୀ ଦେବପ୍ରସାଦ ରାୟ ମହାପାତ୍ର ଛେରାପହରା କରିଥିଲେ । ଘଣ୍ଟ, ଘଣ୍ଟା, ସଙ୍କିର୍ତ୍ତନ ଏବଂ ହରିବୋଲ, ହୂଳହୂଳି ଧ୍ୱନୀ ମଧ୍ୟରେ ପହଣ୍ଡି ବିଜେ କରାଯାଇ ଶ୍ରୀଜୀଉଙ୍କୁ ରଥଉପରକୁ ଅଣାଯାଇଥିଲା । ଅଧିକାରୀ ପ୍ରଫୁଲ୍ଲ ଦାସ, ଫକିର ଚରଣ ଧଳ, ପୂଜକ ଗଦାଧର ମିଶ୍ର ଓ ରଘୁନାଥ ପଣ୍ଡା ପ୍ରମୁଖ ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ । ପାରମ୍ପାରିକ ରୀତିନୀତି ଅନୁଯାୟୀ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ରଥ ଟାଣିଥିଲେ । ପୋଲିସ ବାହିନୀ ଶାନ୍ତିଶୃଙ୍ଖଳା ରକ୍ଷାକରିଥିଲେ । ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ସ୍ଥାନୀୟ ସରପଞ୍ଚ ସୁଜାତା ସାହୁ, ସୁଶାନ୍ତ ମଲ୍ଲିକଙ୍କ ସମେତ ଗ୍ରାମବାସୀମାନେ ଯାତ୍ରାକାର୍ଯ୍ୟ ପରିଚାଳନା କରିଥିଲେ । ସେହିପରି ବ୍ଲକର କୁରାଢ଼ିଆପଦା ଜଗନ୍ନାଥ ମନ୍ଦିର ଓ କୁରିଗାଁଠାରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଥିଲା । ନାଆମୀ ପଞ୍ଚାୟତର ସୋଲାପୁର ଶ୍ରୀଜଗନ୍ନାଥ ମନ୍ଦିରରେ ମହନ୍ତ ପୂର୍ଣ୍ଣଚନ୍ଦ୍ର ଦାଶ ଛେରାପହରା କାର୍ଯ୍ୟ ସମ୍ପାଦନ କରିଥିଲେ । ବୟାବନାପୁର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଭରତ ଚନ୍ଦ୍ର ମହାଳିକଙ୍କ ସହ ଗ୍ରାମବାସୀମାନେ ବିଧିମତେ ରଥଯାତ୍ରା ସମ୍ପାଦନା କରିଥିଲେ । ସ୍ଥାନୀୟ ସରପଞ୍ଚମିନତୀ ସାହୁ ପ୍ରମୁଖ ରଥଟଣା କାର୍ଯ୍ୟ ତଦାରଖ କରିଥିଲେ । ଏକବୋଲା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ତେସିଙ୍ଗା ପଞ୍ଚାୟତର ବନସ୍ତା, କୁରିଗାଁ, ଝୁଟଣା ଓ ରାଜେନ୍ଦ୍ରପୁର ପଞ୍ଚାୟତର ଅଗେଇବେହେରା, ରାଜେନ୍ଦ୍ରପୁର, ଦେଓପଦା, ରାମଚନ୍ଦ୍ରପୁର ପଞ୍ଚାୟତର ସଁପୋଇ, ମୋବାରକପୁର, ମାଳଦା, ଚତୁର୍ଭୁଜପୁର ଆଦି ସ୍ଥାନରେ ବିପୁଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ରଥଯାତ୍ରା ଅନୁଷ୍ଠିତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.