Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀରେ ରଥଯାତ୍ରା

ଭଣ୍ଡାରିପୋଖରୀରେ ରଥଯାତ୍ରା

49

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଗ୍ରାମେ ଗ୍ରାମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି। ମଞ୍ଜୁରୀ ବଳଦେବଜୀଉ ମନ୍ଦିରରେ ଅନୁଷ୍ଠିତ ଘୋଷଯାତ୍ରାରେ ଚୌଧୁରୀ ଦେବପ୍ରସାଦ ରାୟ ମହାପାତ୍ର ଅପରାହ୍ନରେ ଛେରାପହରା କରିଥିଲେ। ଘଣ୍ଟ, ଘଣ୍ଟା, ସଙ୍କିର୍ତ୍ତନ ଏବଂ ହରିବୋଲ, ହୂଳହୂଳି ଧ୍ୱନୀ ମଧ୍ୟରେ ପହଣ୍ଡି ବିଜେ କରାଯାଇ ଶ୍ରୀଜୀଉଙ୍କୁ ରଥଉପରକୁ ଅଣାଯାଇଥିଲା। ଅଧିକାରୀ ପ୍ରଫୁଲ୍ଲ ଦାସ, ଫକିର ଚରଣ ଧଳ, ପୂଜକ ଗଦାଧର ମିଶ୍ର ଓ ରଘୁନାଥ ପଣ୍ଡା ପ୍ରମୁଖ ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ। ପାରମ୍ପାରିକ ରୀତିନୀତି ଅନୁଯାୟୀ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ରଥ ଟାଣିଥିଲେ। ପୋଲିସ ବାହିନୀ ଶାନ୍ତିଶୃଙ୍ଖଳା ରକ୍ଷାକରିଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ସ୍ଥାନୀୟ ସରପଞ୍ଚ ସୁଜାତା ସାହୁ, ସୁଶାନ୍ତ ମଳିକଙ୍କ ସମେତ ଗ୍ରାମବାସୀମାନେ ଯାତ୍ରାକାର୍ଯ୍ୟ ପରିଚାଳନା କରିଥିଲେ। ସେହିପରି ବ୍ଲକର କୁରାଢ଼ିଆପଦା ଜଗନ୍ନାଥ ମନ୍ଦିର ଓ କୁରିଗାଁଠାରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଥିଲା। ନାଆମୀ ପଞ୍ଚାୟତର ସୋଲାପୁର ଶ୍ରୀଜଗନ୍ନାଥ ମନ୍ଦିରରେ ମହନ୍ତ ପୂର୍ଣ୍ଣଚନ୍ଦ୍ର ଦାଶ ଛେରାପହରା କାର୍ଯ୍ୟ ସମ୍ପାଦନ କରିଥିଲେ। ବୟାବନାପୁର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଭରତ ଚନ୍ଦ୍ର ମହାଳିକଙ୍କ ସହ ଗ୍ରାମବାସୀମାନେ ବିଧିମତେ ରଥଯାତ୍ରା ସମ୍ପାଦନା କରିଥିଲେ। ସ୍ଥାନୀୟ ସରପଞ୍ଚମିନତୀ ସାହୁ, ନଗୁଆଁ ସେବା ସମବାୟ ସଭାପତି ରମେଶ ଚନ୍ଦ୍ର ଭାରତୀ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ବିଜୟ ଶଙ୍କର ମହାନ୍ତି, ଧନେଶ୍ୱର ନାୟକ, ନିର୍ମଳ ରାଉତ, ସନରତନ ଜେନା, ହରିହର ବାରିକ, ଶ୍ରୀଧର ବାରିକ, ରବିନ୍ଦ୍ର ରାଉତ, ସୁବାସ ରାଉତ ପ୍ରମୁଖ ରଥଟଣା କାର୍ଯ୍ୟ ତଦାରଖ କରିଥିଲେ। ଏକବୋଲା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ତେସିଙ୍ଗା ପଞ୍ଚାୟତର ବନସ୍ତା, କୁରିଗାଁ, ଝୁଟଣା ଓ ରାଜେନ୍ଦ୍ରପୁର ପଞ୍ଚାୟତର ଅଗେଇବେହେରା, ରାଜେନ୍ଦ୍ରପୁର, ଦେଓପଦା, ରାମଚନ୍ଦ୍ରପୁର ପଞ୍ଚାୟତର ସଁପୋଇ, ମୋବାରକପୁର, ମାଳଦା, ଚତୁର୍ଭୁଜପୁର ଆଦି ସ୍ଥାନରେ ବିପୁଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ରଥଯାତ୍ରା ଅନୁଷ୍ଠିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.