Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀରେ ‘କାନ୍ଦେ ନା ଲୁହ ସରିଯିବ’ ନାଟକ ମଂଚସ୍ଥ

ଭଣ୍ଡାରିପୋଖରୀରେ ‘କାନ୍ଦେ ନା ଲୁହ ସରିଯିବ’ ନାଟକ ମଂଚସ୍ଥ

36

ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ଠାରେ ମା ସାନ୍ତେଶ୍ୱରୀ ଯୁବ ନାଟ୍ୟ ପରିଷଦ ପକ୍ଷରୁ ବାର୍ଷିକ ନାଟକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଯୁବ ସମାଜ ସେବୀ ତଥା ଗଣମାଧ୍ୟମ ପ୍ରତିନିଧି ଦୁର୍ଯୋଧନ ଲେଙ୍କା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ବ୍ରଜ କିଶୋର ମଲ୍ଲିକ, ଯୁବ ସମାଜ ସେବୀ ସୁରଥ ଦାସ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ସମିତି ସଭାପତି ଅରବିନ୍ଦ ନାୟକ, ନାଟ୍ୟ ନିର୍ଦେଶକ ସୁନନ୍ଦ ଦାସ, ଖବର ଦାତା ବିଶ୍ୱମ୍ବର ରାଉତ ପ୍ରମୁଖ ଯୋଗଦେଇ ମଂଚ ନାଟକ ସମ୍ପର୍କରେ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ଗୋବିନ୍ଦ ଦତ, ବିବେକାନନ୍ଦ ମଲ୍ଲିକ, ଧିରେନ୍ଦ୍ର କୁମାର ନାୟକ, ଧନେଶ୍ୱର ବେହୁରିଆ ପ୍ରମୁଖ ଏଥିରେ ଉପସ୍ଥିତ ରହି ୪୦ ବର୍ଷର ନାଟ୍ୟ ପରିଷଦ ସମ୍ୱନ୍ଧରେ ମତ ଦେଇଥିଲେ। ନାଟ୍ୟ ସଂସଦର ବରିଷ୍ଠ ସଦସ୍ୟ ନିଶିକାନ୍ତ ଜେନା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଗ୍ରାମ୍ୟ କଳାକାର ମାନଙ୍କ ଦ୍ୱାରା ବାଇଆ ତୁ ମରି ଯା ଓ କାନ୍ଦେନା ଲୁହ ସରିଯିବ ମଂଚସ୍ଥ ହୋଇଥିଲା। ଯୁବ କଳାକାର ହେମନ୍ତ ନାୟକ, ନିହାର ନାୟକ, ଦୁଷ୍ମନ୍ତ ବରାଳ, ଚନ୍ଦ୍ର ଶେଖର ବରାଳ, ବିଶ୍ୱ ମୋହନ ନାୟକ, ଜିତେନ୍ଦ୍ର ନାୟକ, ଲମ୍ବୋଦର ସେଠୀ ପ୍ରମୁଖ ଅଭିନୟ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.