Home ଜିଲ୍ଲା ପରିକ୍ରମା ଭଟସାହୀ ଠାରେ ଅନ୍ତ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଂଟ ଉଦ୍‌ଘାଯିତ

ଭଟସାହୀ ଠାରେ ଅନ୍ତ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଂଟ ଉଦ୍‌ଘାଯିତ

7
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଭଟସାହୀ ଚଡକମରା ପଡିଆ ଠାରେ ସତ୍ୟନାରାୟଣ ଯୁବକ ସଙ୍ଗ ଆନୁକୁଲ୍ୟ ରେ ଅନ୍ତ ରାଜ୍ୟ ଫୁଟବଲ ଖେଳ ସୋମବାର ଦିନ ଉଦ୍‌ଘାଟିତ ହୋଇ ଯାଇଛି। ସ୍ଥାନୀୟ ଧୁଷୁରି ଥାନାର ଥାନା ଅଧିକାରୀ ଶାନ୍ତନୁ ଜେନା ଏହି ଖେଳ କୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ସମିତି ସଭ୍ୟ ରାମ ଚନ୍ଦ୍ର ମିଶ୍ର,ସାମ୍ୱାଦିକ ପ୍ରଦୀପ କୁମାର ମହାପାତ୍ର,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସଦାଶିବ ପୋଥାଳ, ନଦୀଗାଁ ହାଇସ୍କୁଲ ର ପ୍ରଧାନଶିକ୍ଷକ ଦେବେନ୍ଦ୍ର ମଲିକ, ଆଇନିଯିବି ନିରାକାର ଜେନା, ଗାୟକ ବିଜୟ ଦାସ,କୁଳମଣି ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।ସଭାପତି ଉମାକାନ୍ତ ସାହୁ,ସଂପାଦକ ଶେଷ ଦେବ ମିଶ୍ର,କୋଷାଧ୍ୟକ୍ଷ ବସନ୍ତ ସାହୁ ଓ ବିଶ୍ୱଜିତ ସାହୁ ଅତିଥି ଙ୍କୁ ସ୍ୱାଗତ କରିଥିଲେ । ଏହି ଅବସର ରେ ପ୍ରଥମ ଦିନରେ ଓଡ଼ିଶା ପୋଲିସ,ଭଦ୍ରକ ଓ ସାଇ ରାମ ମନିଂ କ୍ଲବ, କଟକ ସହିତ ଖେଳ ଅନୁଷ୍ଟିତ ହୋଇଥିଲା ମାତ୍ର ପ୍ରଥମେ କଟକ ଗୋଟେ ଗୋଲ ଭଦ୍ରକ କୁ ଦେଇ ଥିବାବେଳେ ପରବର୍ତୀ ସମୟରେ ଭଦ୍ରକ କଟକ କୁ ଗୋଟେ ଗୋଲ ଦେଇ ସୁଝାଇ ଦେଇ ଥିଲା।ଶେଷରେ ଟ୍ରାଇବେକ ରେ ଭଦ୍ରକ ବିଜୟ ଲାଭ କରିଥିଲା।ଜିତେନ୍ଦ୍ର ବାରିକ, ଉତମ ବିଶ୍ୱାଳ,ମାନସ ବିଶ୍ୱାଳ ଓ ରାମ ଚନ୍ଦ୍ର ମିଶ୍ର ଖେଳ ପରିଚାଳନା କରିଥିଲେ ।ବିବେକାନନ୍ଦ ମିଶ୍ର ଧାରାବିବରଣି ପ୍ରଦାନ କରିଥିଲେ । ଏହି ଖେଳ କୁ ଭଟସାହି ଓ ନଦୀଗାଁ ର ଉଦୀୟମାନ ଯୁବକମାନେ ସହଯୋଗ ଓ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.