Home ଜିଲ୍ଲା ପରିକ୍ରମା ଭଙ୍ଗା କୁଡିଆରେ ବିତୁଛି ଦିନ, ଗୋଟିଏ ପରିବାରର ୬ ପ୍ରାଣୀଙ୍କୁ ଆବାସ ଯୋଜନା ହୋଇଛି ପର

ଭଙ୍ଗା କୁଡିଆରେ ବିତୁଛି ଦିନ, ଗୋଟିଏ ପରିବାରର ୬ ପ୍ରାଣୀଙ୍କୁ ଆବାସ ଯୋଜନା ହୋଇଛି ପର

18

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଦୁର୍ନିତୀର ଗନ୍ତାଘର ସାଜିଥିବା ବେଳେ ଏଠି ଥିଲାବାଲାଙ୍କୁ କେତେ ବେଳେ ପ୍ରଥମ ପର୍ଯ୍ୟାୟରେ ବିଜୁ କୁଡିଆ ମିଳିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଓାସ ଯୋଜନାରେ ସାମିଲ କରାଯାଉଥିବା କଥା ନଜରକୁ ଆସୁଥିବା ବେଳେ ଗରିବ ଗୁରୁବାଙ୍କୁ ଏହି ଯୋଜନାରେ ସାମିଲ କରିବା କଷ୍ଟକର ସହ ଦୂରୁହ ବ୍ୟାପାର ମଧ୍ୟ ହୋଇ ଯାଇଛି । ଚାନ୍ଦବାଲି ବ୍ଲକରେ ସରପଂଚ ନିଜର ଦ୍ୱିତୀଳ ପ୍ରାସାଦ ଥିବା ପରେ ମଧ୍ୟ ନିଜ ସ୍ତ୍ରୀ ନାମ ଏବଂ ମା ନାମ ଆଓାସ ଯୋଜନାରେ ସାମିଲ କରି ଟଙ୍କା ହାତେଇ ନେଉଥିବା କଥା ମଧ୍ୟ ଚର୍ଚା ଚାଲିଛି । ଏହି କଥା କେବଳ ଜିଲ୍ଲା ପ୍ରଶାସନ ନୁହେଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରେ ଅଭିଯୋଗ ହେବା ପରେ ମଧ୍ୟ ଚାନ୍ଦବାଲି ବ୍ଲକ ପ୍ରଶାସନ ସଜାଗ ହୋଇ ପାରି ନାହିଁ । ଏହା ପରେ ମଧ୍ୟ ଧାମରା ଅଂଚଳରେ ଜିଓ ଟ୍ୟାଗ କରୁଥିବା ବ୍ୟକ୍ତି ଜଣକ ନିଜ ପରିବାର ନାମରେ ୫ଟି ଆଓାସ ଯୋଜନା ହାତେଇବା କଥା ଚାନ୍ଦବାଲି ବିଡିଓ ଙ୍କ ପାଖରେ ଅଭିଯୋଗ ହେବା ପରେ ମଧ୍ୟ ବ୍ଲକ ପ୍ରଶାସନ ନିଦାବିଷ୍ନୁ ସାଜିଛି । ଏହି ପରି ଗୋଟିଏ ପରିବାରର ୬ଜଣ ହିତାଧିକାରୀ ଗୋଟିଏ ଆଓାସ ପାଇବା ପାଇଁ ହକଦାର ଥିବା ସତ୍ୱେ ଆଜି ଭଳି ଦିନରେ ସେହି ଘରର ମୁରବୀ ଟ୍ରଲି ଚଳାଇ ନିଜର ଗୁଜରାଣ ମେଂଟାଉଥିବା ବେଳେ ତାଙ୍କ ପାଇଁ ଏହି ଆଓାସ ଯୋଜନା ସାତ ସପନ ହୋଇ ପଡିଛି । ଏଭଳି ପରିସ୍ଥିତିରେ ସଂପୃକ୍ତ ଟ୍ରଲି ଚାଳକ ନିଜ ଘରେ ରୋଗିଣା ସ୍ତ୍ରୀ କୁ ଔଷଧ ଦେବା କଷ୍ଟକର ବ୍ୟାପାର ହୋଇଥିବା ବେଳେ ସଂପୃକ୍ତ ବ୍ୟକ୍ତି ଉପରେ ନିଜର ୩ଟି ଝିଅ ଏବଂ ଗୋଟିଏ ପୁଅ ନିର୍ଭର କରି ଆସୁଛନ୍ତି ।ପ୍ରାପ୍ତ ଖବର ଅନୁଯାୟୀ ଚାନ୍ଦବାଲି ବ୍ଲକ ତୋଟାପଡା ପଂଚାୟତରେ ଥିବା ଗଙ୍ଗାଧରପୁର ପାଟଣା ଗ୍ରାମର ରବିନ୍ଦ୍ର ନାଥ (୫୫) ଟ୍ରଲି ଟାଣି ନିଜର ପରିବାରର ଗୁଜରାଣ ମେଂଟାଇ ପାରୁ ନଥିବା ବେଳେ ଘରେ ୬ପ୍ରାଣୀ କୁଟୁମ୍ବ ।

ସଂସାର ରଥରେ ଟ୍ରଲିକୁ ସାରଥି କରି ଚଳୁଥିଲେ ମଧ୍ୟ ପରିବାରରେ ଗୋଟିଏ ଓଳି ଖାଇଲେ ଆର ଓଳି ଉପାସ ରହୁଥିବା କଥା ପାଖ ପଡୋଶୀ କହୁଥିବା ବେଳେ ଏହି ଭଳି ଟ୍ରଲି ଚାଳକକୁ ବିଜୁ କୁଡିଆ ପାଖରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆଓାସ ଯୋଜନା ସାତ ପର ହୋଇ ପଡିଛି । ମୁଣ୍ଡ ଗୁଞିଥିବା ଘରେ ଦିନରେ ଖରା ଏବଂ ରାତିରେ ତାରା ଏବଂ ଜହ୍ନ ଦେଖୁଥିବା ପରିବାରର ଭବିଷ୍ୟତ କେବଳ ଭଗବାନଙ୍କ ଉପରେ ଭରଷା ବୋଲି ସାଧାରଣରେ ଚର୍ଚା ଚାଲିଥିବା ବେଳେ ସରକାରୀ ସୁବିଧା କହିଲେ କେବଳ ମୁଣ୍ଡ ପିଛା ୫କେଜି ଚାଉଳରେ ସିମୀତ ।ଏଭଳି ପରିସ୍ଥିତିରେ ସଂପୃକ୍ତ ଟ୍ରଲି ଚାଳକ ଏହି ଆଓାସ ଯୋଜନାରେ ସାମିଲ ହେବା ପାଇଁ ପୂର୍ବତନ ସରପଂଚ ଏବଂ ବର୍ତମାନର ଜିଆରଏସଙ୍କୁ ହାତଗୁଞ୍ଜା ଦେଇ ଆସୁଥିଲେ ମଧ୍ୟ ସରକାରୀ ଯୋଜନାରେ ଘରଟିଏ ପାଇବା ସାତସପନ ହୋଇଯାଇଛି । ସଂପୃକ୍ତ ଟ୍ରଲି ଚାଳକ ମୁଣ୍ଡ ଗୁଞିବା ପାଇଁ ନିଜର ଘର ଟିଏ ନିଜ ରୋଜଗାରରୁ ନିର୍ମାଣ କରିବା ସମ୍ଭବ ନୁହେଁ ବୋଲି କ୍ଷୋଭର ସହ ପ୍ରତିକ୍ରିୟା ରଖିଛନ୍ତି । ଗୋଟିଏ ପଟରେ ୬ପ୍ରାଣୀ କୁଟୁମ୍ଭ ଅନ୍ୟ ପକ୍ଷରେ ରୋଗିଣା ସ୍ତ୍ରୀର ମାସିକିଆ ଔଷଧ ଖର୍ଚ ବହନ କରିବା ଅସମ୍ଭବ ହୋଇ ପଡୁଥିବା ବେଳେ ଏମାନଙ୍କ ପାଇଁ ସରକାରଙ୍କ ସମସ୍ତ ସାହାଯ୍ୟ କେବଳ ହାସ୍ୟାସ୍ପଦ ହୋଇ ପଡିଛି । ଆଜି ଭଳି ଦିନରେ ବହୁବାର ସରକାରୀ ବାବୁ ମାନେ ଆସି ଅନୁଧ୍ୟାନ କରି ଯାଇଥିବା ବେଳେ କେବେ ଏହି ପରିବାର ମୁଣ୍ଡ ଗୁଞିବା ପାଇଁ ସରକାରୀ ସ୍ତରରୁ ଘର ଟିଏ ପାଇବେ ତାହା ପ୍ରଶ୍ନବାଚୀ ହୋଇ ପଡିଛି । ଏ ବିଷୟରେ ଚାନ୍ଦବାଲି ବିଡିଓ ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସଂପୃକ୍ତ ବିଡିଓ(ଜ୍ୟୋତି ବିକାଶ ଦାସ) ସାମ୍ବାଦିକ ମାନଙ୍କ ଫୋନ ଗ୍ରହଣ କରୁ ନଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.