Home ଜିଲ୍ଲା ପରିକ୍ରମା ଭଗାରାମ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତି ପାଳିତ, ସେବା ନିବୃତ ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧର୍ନା

ଭଗାରାମ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତି ପାଳିତ, ସେବା ନିବୃତ ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧର୍ନା

4

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡା ନିକଟସ୍ଥ ଭଗାରାମ ପ୍ରାଥମିକ ବିଦ୍ୟାଳୟର ୫୦ ବର୍ଷ ପୂର୍ତି ଅବସରରେ ସୁବର୍ଣ୍ଣ ଜୟନ୍ତି ଉତ୍ସବ ପାଳିତ ହୋଇଛି । ଉତ୍ସବରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ୍ କୁମାର ମଲ୍ଲିକ ତାଙ୍କ ବକ୍ତବ୍ୟରେ ସୁନ୍ଦର ସମାଜ ଗଢି ତୋଳିବା ପାଇଁ ଭଲ ଅନୁଷ୍ଠାନ ଓ ଶିକ୍ଷକଙ୍କ ଆବଶ୍ୟକତା ରହିଛି ବୋଲି କହିଥିଲେ । ଭଦ୍ରକ ଜିଲ୍ଲାପାଳ ଦିଲ୍ଲିପ ରାଉତରାୟ,ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ବିଦ୍ୟାଳୟର ପ୍ରତିଷ୍ଠାତା ସୋମା ଚାନ୍ଦ, ଭଦ୍ରକ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ,ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ହରେକୃଷ୍ଣ ଆପଟ୍ଟ,ଜୟଦୁର୍ଗା ଫାଉଣ୍ଡେସନ୍ ଟ୍ରଷ୍ଟର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରିକା ଜେନା, ବିଜେପି ନେତା ପଂଚାନନ ରାଉତ, କାଦବରାଙ୍ଗ ସରପଂଚ ତଅପୋଇ ସେଠୀ, ସମିତି ସଭ୍ୟ ଦୀପାରାଣୀ ଜେନା, ପୁରୁଷଣ୍ଢ ସୋସାଇଟି ସଭାପତି ପ୍ରଶାନ୍ତ କୁାମର ଦାଶ, କାଦବରାଙ୍ଗ ସୋସାଇଟି ସଭାପତି ବାସୁଦେବ ଜେନା, ଜାତୀୟ ପୁରସ୍କୃତ ପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ବିକ୍ରମ କୁମାର ଦାଶ, ପୂର୍ବତନ ସରପଂଚ ଭାଗିରଥି ସେଠୀ, ଡାକ୍ତର ମନୋଜ ପତି, କାଦବରାଙ୍ଗ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିମଳ କୁମାର ଦାସ,ବ୍ରହ୍ମାନନ୍ଦ ଭୂୟାଁ, ସିଆରସିସି ପ୍ରଦୀପ କୁମାର ପଲେଇ, ନିରଞ୍ଜନ ଖିଲାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଯୁବନେତା ବିଷ୍ଣୁ ଦାସଙ୍କ ମଂଚ ପରିଚାଳନାରେ ସଭାକୁ ରବିନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ । ପୂର୍ବତନ ସମିତିସଭ୍ୟ ରମେଶ ଚନ୍ଦ୍ର ପହି ଅତିଥି ପରିଚୟ ରଖିଥିଲେ । ପ୍ରାରମ୍ଭରେ ବିଧାୟକ ଓ ଜିଲ୍ଲାପାଳ ବିଦ୍ୟାଳୟ ପରିସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିର୍ ଉନ୍ମାଚନ କରିଥିବା ବେଳେ ସେବା ନିବୃତ ପ୍ରଧାନଶିକ୍ଷକ ପ୍ରଣୟ କୁମାର ସିଂହଙ୍କୁ ଅବସର ସମ୍ବର୍ଦ୍ଧନା ଦିଆଯିବା ସହ ‘ପ୍ରଣୟ ପିୟୂଷ’ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଏଥିସହ ଗ୍ରାମର ମୁରବୀ ଏବଂ ଶିକ୍ଷାବିତ୍ ସୁବଳ ଦାସ,ନରହରି ରାଉତ୍‌, ବୈଷ୍ଣବ ଜେନା, ସୁବଳ ଦାସ, କାର୍ତର୍ିକ ବାରିକ୍‌, ନରହରି ରାଉତ, ରତ୍ନାକର ଜେନା ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିପନ୍ ବିହାରୀ ଉପ୍ରା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରବିନାରାୟଣ ନାଥ, ସଭାପତି ଶରତ ଦାସ, ଭଗାରାମ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୌଶଲ୍ୟା ନାଇକ, ସଭାପତି ଅନାମ ଚରଣ ଜେନା,ବିନୋଦ ଜେନା, ରାଧାକାନ୍ତ ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.