Home ଜିଲ୍ଲା ପରିକ୍ରମା ଭକ୍ତହରିଙ୍କ ସ୍ମୁତିରେ ରକ୍ତଦାନ ଶିବିର, ୪୫ ୟୁନିଟ ରକ୍ତ ସଂଗ୍ରହ

ଭକ୍ତହରିଙ୍କ ସ୍ମୁତିରେ ରକ୍ତଦାନ ଶିବିର, ୪୫ ୟୁନିଟ ରକ୍ତ ସଂଗ୍ରହ

11
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ହରିହଂସ ଗ୍ରାମ ର ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ ଭକ୍ତ ହରି ନାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ରେ ଆପେକ୍ସ ସ୍କୁଲ ପରିସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ,ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକ,ପ୍ରଫୁଲ୍ଲ ସାମଲ,ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ,ଭଣ୍ଡାରି ପୋଖରି ବିଧାୟକ ସଞ୍ଜୀବ ମଲ୍ଲିକ,ପୂର୍ବତନ ସାଂସଦ ଅନନ୍ତ ସେଠୀ,ମଞ୍ଜୁଲତା ମଣ୍ଡଳ,ପୂର୍ବତନ ବିଧାୟକ ବିଜୟ ନାୟକ ଓ ମୁକ୍ତି କାନ୍ତ ମଣ୍‌ତଳ,ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକଓ ସାରଦା ପ୍ରସନ୍ନ ସାହୁ, ଡ଼ାକ୍ତର ସଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।ପରେ ସ୍ମୃତି କମିଟି ର ସଭାପତି ବାସୁଦେବ ବାରିକ ଙ୍କ ସଭାପତିତ୍ୱ ରେ ଆଇନିଯିବି ନିରାକାର ଜେନା,ଦେବାଶିଷ ସାମଲ, ସାହିତ୍ୟକ ଦୟାନିଧି ମିଶ୍ର,ରବୀନ୍ଦ୍ର ବେହୁରିଆ, ଶାନ୍ତନୁ ରାଉତ,ବାବାଜୀ ପଣ୍ଡା,ହରମୋହନ କୁଅଁର,କୈଳାସ ପଣ୍ଡା, ବିଜେଡ଼ି ବ୍ଲକ ସଭାପତି ଉମେଶ ମହାନ୍ତି, ବ୍ଲକ ବିଜେଡ଼ି ର ଯୁବ ସଭାପତି ଭାରତ ବିଜୟ ଦଳାଇ ପ୍ରମୁଖ ଯୋଗଦେଇ ଭକ୍ତ ହରୀଙ୍କ ସ୍ମୃତି ଚାରଣ କରିଥିଲେ ।ଏହି ଅବସରରେ ଭାବ ଭୂଷଣ ଭକ୍ତ ହରି ସ୍ମୃତି ପତ୍ରିକା ଉନ୍ମୋଚନ କରାଯାଇ ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.