Home ଜିଲ୍ଲା ପରିକ୍ରମା ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା, ଦୁଇଦିନରେ ୪୫ଜଣ ଆକ୍ରାନ୍ତ ଚିହ୍ନଟ

ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା, ଦୁଇଦିନରେ ୪୫ଜଣ ଆକ୍ରାନ୍ତ ଚିହ୍ନଟ

84

ହାଟଡିହି- ୧୧ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) କରୋନାର ଦ୍ୱିତୀୟ ଲହର ଏବେ ଦ୍ରୁତ ଗତିରେ ମାଡି ଚାଲିଛି । ନମୁନା ଯେତେ ଅଧିକ ପରୀକ୍ଷା ହେଉଛି ସଂକ୍ରମଣଙ୍କ ସଂଖ୍ୟା ସେହି ଅନୁସାରେ ବଢ଼ିବାରେ ଲାଗିଛି । ତଥାପି ଅମାନିଆ ମାନେ ସଚେତନ ହେଉ ନାହାନ୍ତି । ରାଜ୍ୟ ସରକାରଙ୍କ କଟକଣା ଓ ଜନସଚେତନତା ଏଠାରେ କିଛି ବି କାମ କରୁନି । ୨୦୨୦ରେ ସଂଗରୋଧ କେନ୍‌ଦ୍ରମାନ ଖୋଲା ଯାଇଥିବାବେଳେ ସଂକ୍ରମିତ ମାନେ ସଂଗରୋଧରେ ରହୁଥିଲେ । କିନ୍ତୁ ଏବେ ଗୃହ ସଂଗରୋଧରେ ରହିବାକୁ କୁହାଯାଇଥିବାରୁ କିଏ ମାନୁଛି ତ ଆଉ କିଏ ମାନୁନି, ଖୁଲାମ ଖୁଲା ବୁଲୁଛି । ଫଳରେ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ଗତ ୮ତାରିଖ ସୁଧା ବ୍ଲକରେ ମୋଟ ୧୯୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତ ଦୁଇଦିନ ଭିତରେ ବ୍ଲକରେ ମୋଟ ୪୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି । ତନ୍ମଧ୍ୟରୁ ୧୦ତାରିଖରେ ଟମୋ ୨୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଅକରୁଆ ପଞ୍ଚାୟତରେ ୩ଜଣ, କଳିଗାଁ ପଞ୍ଚାୟତରେ ୪ଜଣ, ବଞ୍ଚୋ ପଞ୍ଚାୟତରେ ଦୁଇଜଣ, ଗେଡମା ପଞ୍ଚାୟତରେ ଜଣେ, ଷଡଙ୍ଗ ପଞ୍ଚାୟତରେ ୨ଜଣ, ଢ଼େଙ୍କା ପଞ୍ଚାୟତରେ ଜଣେ, ଶାଳଣିଆଁ ପଞ୍ଚାୟତରେ ଜଣେ, ପଞ୍ଚୁଗୋଛିଆ ପଞ୍ଚାୟତରେ ୨ଜଣ, ବଡରମ୍ପାସ ପଞ୍ଚାୟତରେ ୨ଜଣ, ଓରାଳି ପଞ୍ଚାୟତରେ ୩ଜଣ ସଢ଼ା ପଞ୍ଚାୟତରେ ଜଣେ, ସୁଲଣ ପଞ୍ଚାୟତରେ ଜଣେ, ପନ୍ଦାଡୋ ପଞ୍ଚାୟତରେ ୨ଜଣ ଆମ୍ବୋ ପଞ୍ଚାୟତରେ ଜଣେ, ଓ ହାବଳେଶ୍ୱର ପଞ୍ଚାୟତରେ ଜଣେ ଚିହ୍ନଟ ହୋଇଛନ୍ତି । ଫଳରେ ହାଟଡିହି ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୪ରେ ପହଞ୍ଚିଛି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ସେହିପରି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି ବଞ୍ଚୋ ଠାରେ ଶିବିର କରାଯାଇ କରାଯାଇ ୧୪୯ଜଣଙ୍କ ନମୁନା ସଂଗ୍ରହ କରାଯାଇଥିବା ବେଳେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧୧ଜଣଙ୍କ ନମୁନା ସଂଗ୍ରହ କରାଯାଇ ଆରଟିପିସିଆର ଓ ଆଣ୍ଟିଜେନ ପରୀକ୍ଷା ପାଇଁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.