Home ଜିଲ୍ଲା ପରିକ୍ରମା ବଡ଼ଦିନରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମରେ ସାନ୍ତା କ୍ଲଜ ବେଶରେ ଛାତ୍ରଛାତ୍ରୀ

ବଡ଼ଦିନରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମରେ ସାନ୍ତା କ୍ଲଜ ବେଶରେ ଛାତ୍ରଛାତ୍ରୀ

172

ସମ୍ବଲପୁର, ୨୪/୧୨ (ଓଡ଼ିଆ ପୁଅ) ବଡ଼ଦିନ ଅବସରେ ଜିଲ୍ଲାର ସମସ୍ତ ଚର୍ଚ୍ଚ ମାନଙ୍କୁ ଉଜ୍ଜଳ ଆଲୋକମାଳାରେ ସଜ୍ଜିତ କରାଯାଇଛି। ଗୀରିଜା ଘର ମାନଙ୍କ ରେ ଅସଂଖ୍ୟ ଖ୍ରୀଷ୍ଟଧର୍ମାବଳମ୍ବୀଙ୍କ ସମାଗମ ହୋଇଛି। ଜିଏମ ବିଶ୍ୱବିଦ୍ୟାଳୟ ଛକ, ଅଇଁଠାପାଲି, ବିନାଖଂଡ଼ି, ବୃକ୍ସ ହିଲ, ଟାଂଗରପାଲିର ଚର୍ଚ୍ଚରେ ପ୍ରାର୍ଥନା ଚାଲିଛି। ଗତକାଲି ଏକ ରେଲିରେ ବହୁ ସଂଖ୍ୟକ ଖ୍ରୀଷ୍ଟିୟାନ ଭାଇଭଉଣୀ ଅଂଶ ଗ୍ରହଣ କରି ସହର ପରକ୍ରମା କରିଥିଲେ। ଅନେକ ସ୍କୁଲରେ ମଧ୍ୟ ବଡ଼ଦିନକୁ ସ୍ୱାଗତ କରାଯାଇ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା। ଏଥିରେ ତ୍ତଛାତ୍ରୀଛାତ୍ରୀ ମାନେ ରଂଗାରଂଗ ବେଶ ଭୂଷାରେ ଭାଗ ନେଇଥିଲେ। ତେବେ ସହରର ଗୋଲବଜାର ନୂଆପଡ଼ା ଠାରେଥିବା ରାଷ୍ଟ୍ରୀୟ ଗୋପାଳ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ନିଆର ଢଂଗରେ ବଡ଼ଦିନ ପାଳନ କରିଥିଲେ। ଏହି କୁନିକୁନି ଶିଶୁମାନେ ସାନ୍ତାକ୍ଲଜ ବେଶରେ ସ୍କୁଲରେ ସମାରୋହ କରିବା ପରେ ବ୍ୟସ୍ତ ପୂର୍ଣ ଲକ୍ଷ୍ମୀ ଟକିଜ ଛକରେ ପହଂଚି ସାଧାରଣ ଲୋକଙ୍କୁ ଟ୍ରାଫିକ ନିୟମ, ହେଲମେଟ ପିଂଧିବା, ସହରର ପରିମଳକୁ ସ୍ୱଛ ରଖିବା ପାଇଁ ସଚେତନତାର ବାର୍ତ୍ତା ଦେଇଥିଲେ। ଏଥିରେ ଟ୍ରାଫିକ ଡ଼ିଏସପି ହିମାଂଶୁ ବେହେରା, ସ୍କୁଲ ର ଅଧ୍ୟକ୍ଷା ଇନ୍ଦିରା ପ୍ରିୟଦର୍ଶିନୀ, ବରିଷ୍ଟ ଶିକ୍ଷକ ବିଜୟ କୁମାର ଦୋରା, ଦୀପକ କୁମାର ବିଶ୍ୱାଳ, ରଞ୍ଜନ ଖେତି, ସଞିବ କୁମାର ପଂଡ଼ା ପ୍ରମୁଖ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଏହି ଉଦ୍ୟମକୁ ଜିଲ୍ଲା ପୋଲିସ ପକ୍ଷରୁ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.