Home ଓଡ଼ିଶା ବ୍ୟାପକ ଅବକାରୀ ଚଢାଉ ୬୫ଲି. ଦେଶୀ ମଦ ଜବତ,୫ ଗିରଫ

ବ୍ୟାପକ ଅବକାରୀ ଚଢାଉ ୬୫ଲି. ଦେଶୀ ମଦ ଜବତ,୫ ଗିରଫ

96

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୯/୮-ନୟାଗଡ ଜିଲ୍ଲା ରଣପୁର ଅବକାରୀ ବିଭାଗ ଦ୍ୱାରା ଅଗଷ୍ଟ ୧୮ ତାରିଖ ବିଳମ୍ବିତ ସଂଧ୍ୟାରେ ଏକ ବ୍ୟାପକ ଚଢାଉ କରାଯାଇଛି । ଏଥିରେ ଚାନ୍ଦପୁର, ବାଣିକିଲୋ, ରଣପୁର, ହରିପୁର ଓ ଗୋପାଳପୁର ରେ ଚଢାଉ କରାଯାଇଥିଲା । ଚାନ୍ଦପୁରର ମୁକେଶ ସେନାପତି, ହରିପୁରର ଅଶୋକ ପରିଡା, ବାଣିକିଲୋର ସନ୍ତୋଷ କୁମାର ପ୍ରଧାନ,  ରଣପୁରର ହରିହର ପ୍ରଧାନ ଓ ଗୋପାଳପୁରର ଜଳଧର ସାହୁ ଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସମସ୍ତେ ହାତରନ୍ଧା ଦେଶୀ ମଦ ବିକ୍ରୟକାରୀ  ବୋଲି ଅବକାରୀ ବିଭାଗ କୁହନ୍ତି ।

ଏମାନଙ୍କ ଠାରୁ ୬୫ଲିଟର ହାତରନ୍ଧା ଦେଶୀ ମଦ ଜବତ କରାଯାଇଛିା । ଏହି ଚଢାଉରେ ରଣପୁର ଅବକାରୀ ବିଭାଗର ସବ୍‌ଇନିସ୍ ପେକ୍ଟର୍ ଧନଂଜୟ ପାତ୍ର ,ଏ.ଏସ୍‌.ଆଇ ଲିଙ୍ଗରାଜ ମହାପାତ୍ର, କନେଷ୍ଟବଳ ମିତାରାଣି ନାଏକ, ବ୍ରଜକାନ୍ତ ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ସେମାନଙ୍କ ଜାମିନ ନାମଂଜୁର ହେବାରୁ ରଣପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.