Home ଓଡ଼ିଶା ବ୍ୟାଙ୍କ ଅଫ୍ ବରୋଦା ଯୋଡା ଶାଖା ଦ୍ୱାରା କ୍ୱୀଜ୍ ପ୍ରତିଯୋଗୀତା

ବ୍ୟାଙ୍କ ଅଫ୍ ବରୋଦା ଯୋଡା ଶାଖା ଦ୍ୱାରା କ୍ୱୀଜ୍ ପ୍ରତିଯୋଗୀତା

72

ାା ଯୋଡା, ୩୧/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ।ା ଗୁରୁବାର ଦିନ ପୂର୍ବ ଯୋଡା ପ୍ରାଥମିକ ବିଦ୍ୟାଳୟରେ ବ୍ୟାଙ୍କ ଅଫ୍ ବରୋଦା, ଯୋଡା ଶାଖା ପକ୍ଷରୁ ଭିଜିଲାନ୍ସ ଆୱାରନେସ ୱିକ୍ ପାଳନ ଅବସରରେ ଏକ କ୍ୱିଜ୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ଅଫ୍ ବରୋଦା ଯୋଡା ଶାଖା ପରିଚାଳକ ରମିଜ ଫାରୁକ, ସହଯୋଗୀ ଶାଖା ପରିଚାଳକ ଉଦୟ ଶଙ୍କର ତିୱାରୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମତୀ ବିଣାପାଣୀ ପାତ୍ର, ଶିକ୍ଷକ କେଶବ ଚନ୍ଦ୍ର ସା, ମରୁଲିଧର ବେହେରା, ଛବିରାଣୀ ଗିରି, ରବିନ୍ଦ୍ର ଦଳାଇ, ଜଗନ୍ନାଥ ଜେନାଙ୍କ ସହିତ ବିଦ୍ୟାଳୟର ଛାତ୍ର-ଛାତ୍ରୀମାନେ ଉପସ୍ଥିତ ରହିଥିଲେ । ଏହି ସପ୍ତାହ ପାଳନ ଅବସରରେ ବ୍ୟାଙ୍କର ପରିଚାଳକ ଭ୍ରଷ୍ଟାଚାର, ଦୁର୍ନିତି ବିଷୟରେ ଛାତ୍ର-ଛାତ୍ରୀମାନଙ୍କୁ ଧାରଣା ଦେବା ସହିତ ବ୍ୟାଙ୍କର କୌଣସି ଆଦାନ ପ୍ରଦାନରେ କୌଣସି ପ୍ରକାରର ଲାଞ୍ଚ ନଦେବା ପାଇଁ ଛାତ୍ର-ଛାତ୍ରୀମାନଙ୍କୁ ପ୍ରବର୍ତାଇଥିଲେ । ଯଦି ଏପରି କୌଣସି ସ୍ଥାନରେ ହେଉଥାଏ ତେବେ ତୁରନ୍ତ ଭିଜିଲାନ୍ସ ବିଭାଗକୁ ଜଣାଇବା ପାଇଁ ଛାତ୍ର-ଛତ୍ରୀ ମାନଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ସମସ୍ତ ଛାତ୍ର-ଛାତ୍ରୀମାନଙ୍କୁ ଲାଞ୍ଚ ଦେବା ଏବଂ ଲାଞ୍ଚ ନେବା ଏକ ଗହିର୍ତ୍ତ ଅପରାଧ ହୋଇଥିବା ବେଳେ କୌଣସି ସଚେତ ନାଗରୀକ ଏହାକୁ ପ୍ରୋତ୍ସାହନ ନଦେବା ପାଇଁ ସପଥ କରାଇଥିଲେ । ଏହା ଫଳରେ ଆମେ ଏକ ଭ୍ରଷ୍ଟାଚାର ମୁକ୍ତ ରାଷ୍ଟ୍ର ପାଇବା ବୋଲି ସେ କହିଥିଲେ । ବ୍ୟାଙ୍କ ପକ୍ଷରୁ କ୍ୱିଜ୍ ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର-ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.