Home କେନ୍ଦ୍ରାପଡ଼ା ବ୍ୟବସାୟ ପତିଷ୍ଠାନ ଉପରେ ଜିଏସ୍ଟି ଚଢାଉ

ବ୍ୟବସାୟ ପତିଷ୍ଠାନ ଉପରେ ଜିଏସ୍ଟି ଚଢାଉ

24

କେନ୍ଦ୍ରାପଡ଼ା, ୧୫-୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ା ସହରର କାକଟ ଛକରେ ଥିବା ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଗୁରୁବାର ଜିଏସ୍ଟି ଚଢାଉ କରାଯାଇଥିବା ସୂଚନା ମିଳିଛି। ଭାରତ ସରକାରଙ୍କ ବିତ୍ତ ମନ୍ତ୍ରଣାଳୟର ଅଧିକାରୀମାନେ ୩ଟି ଗାଡିରେ ଆସି ଏହି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ କରିଥିଲେ। ଏହି ଚଢାଉ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ବ୍ୟବସାୟୀ ଜଣକ କୋଟି କୋଟି ଟଙ୍କା ଜିଏସ୍ଟି ଫାଙ୍କି ଆସୁଥିବାର ସୂଚନା ମିଳିଛି। ବ୍ୟବସାୟୀ ଜଣକ ଚଞ୍ଚକତା କରି ବ୍ୟବସାୟ ପ୍ରତିଷ୍ଠାନର ନାମ ବାରମ୍ବାର ବଦଳାଇଥିବା ମଧ୍ୟ ସୂଚନା ମିଳିଛି। ପୁରାତନ ଫାର୍ମର ନାମ ବଦଳାଇ ଟିକସ ଫାଙ୍କିବା ପାଇଁ ସେ ଉଦ୍ୟମ କରୁଥିଲେ। ଏ ନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ ବିତ୍ତ ମନ୍ତ୍ରଣାଳୟର ଅଧିକାରୀମାନେ ସେହି ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଚଢାଉ କରି ବିଭିନ୍ନ ପ୍ରକାର ବ୍ୟବସାୟୀକ କାଗଜପତ୍ର ଓ କମ୍ପ୍ୟୁଟର ହାଡଡିସ୍କ ପ୍ରଭୃତି ଜବତ କରି ଭୁବନେଶ୍ୱର ଅଫିସକୁ ନେଇଯାଇଥିବା ସୂଚନା ମିଳିଛି। ଏହି ଚଢାଉକୁ ନେଇ ସହରର ଅନ୍ୟ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶି ଯାଇଥିବା ଦେଖାଯାଇଛି। ହେଲେ ଏ ସଂକ୍ରାନ୍ତରେ ସଂପୃକ୍ତ ଅଧିକାରୀମାନେ କୌଣସି ତଥ୍ୟ ଗଣମାଧ୍ୟମକୁ ଦେବାକୁ ମନା କରି ଅଧିକାରୀମାନେ ଏଡାଇ ଯାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.