Home ଜିଲ୍ଲା ପରିକ୍ରମା ବ୍ୟବସାୟୀ ମହାବୀର ଗୁପ୍ତାଙ୍କ ପରଲୋକ

ବ୍ୟବସାୟୀ ମହାବୀର ଗୁପ୍ତାଙ୍କ ପରଲୋକ

7

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡା ଅଚଂଳର ବିଶିଷ୍ଟ ବ୍ୟବସାୟୀ ମହାବୀର ଗୁପ୍ତା(୬୧)ଙ୍କ ହୃଦଘାତରେ ପରଲୋକ ଘଟିଛିି । ରବିବାର ରାତ୍ରରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଉଥିବା ବେଳେ ଯାଜପୁର ରାସ୍ତାରେ ମୃତ୍ୟୁ ବରଣ କରିଥିଲେ । ମୃତ୍ୟୁଖବର ପାଇ ବିଶିଷ୍ଟ ବ୍ୟବସାୟୀ ଶ୍ୟାମ ସୁନ୍ଦର ଗୁପ୍ତା, ମହେଶ ଗୁପ୍ତା, ରାଜୁ ଗୁପ୍ତା, ଅଶୋକ ଗୁପ୍ତା, ଜ୍ଞାନଚାନ୍ଦ ଗୁପ୍ତା ପ୍ରମୁଖ ଶବାଧାରେ ସାମିଲ୍ ହୋଇ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଦାହ କରାଯାଇଥିଲା । ଏକମାତ୍ର ପୁତ୍ର ଶୁଭମ୍ ଗୁପ୍ତା ମୁଖାଗ୍ନି ଦେଇଥିଲେ । ଅନ୍ୟପକ୍ଷରେ ମୃତ୍ୟୁଖବର ପାଇ ପୁରୁଷଣ୍ଡ ସରପଚଂ ପ୍ରକାଶ ବିଶ୍ୱାଳ,ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ, ପୂର୍ବତନ ସମିତିସଭ୍ୟ ବାବୁରାମ ମଲ୍ଲିକ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ରାମଚନ୍ଦ୍ର ନାୟକ, ବରିଷ୍ଠ ନାଗରିକ ଫକୀର ଚରଣ ବାରିକ, କୈଳାସ ଚନ୍ଦ୍ର ଧଳ, ଅନିରୁଦ୍ଧ ସିଂହ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ପ୍ରକାଶଯେ ଆଗରପଡା ଅଚଂଳର ପୁରାତନ ବିଶିଷ୍ଟ କପଡା ବ୍ୟବସାୟୀ ସ୍ୱର୍ଗତ ଗିରିବର ଦୟାଲ ଗୁପ୍ତାଙ୍କ ତୃତୀୟ ପୁତ୍ର ମହାବୀର ଆଗରପଡା ପରେ ଦୀର୍ଘ ୨୦ ବର୍ଷ ଧରି ଯାଜପୁର ରୋର୍ଡରେ କପଡା ବ୍ୟବସାୟ କରିଆସୁଥିଲେ । ତାଙ୍କର ସୁ ମଧୁର କଥା ଏବଂ ସମସ୍ତଙ୍କ ସହ ସୁସମ୍ପର୍କ ପାଇଁ ସର୍ବ ଜନାଦୃତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.