Home ଜିଲ୍ଲା ପରିକ୍ରମା ବ୍ୟବସାୟୀଙ୍କ ପାଇଁ ନାହିଁ ରନ୍ଧନ ଗ୍ୟାସ, ବନ୍ଦ ହେବ ବ୍ୟବସାୟ ପ୍ରତିଷ୍ଠାନ, ଗ୍ରାମୀଣ ଉପଭୋକ୍ତାଙ୍କୁ ୨୫ଦିନ...

ବ୍ୟବସାୟୀଙ୍କ ପାଇଁ ନାହିଁ ରନ୍ଧନ ଗ୍ୟାସ, ବନ୍ଦ ହେବ ବ୍ୟବସାୟ ପ୍ରତିଷ୍ଠାନ, ଗ୍ରାମୀଣ ଉପଭୋକ୍ତାଙ୍କୁ ୨୫ଦିନ ପରିବର୍ତେ ୪୫ଦିନରେ ମିଳିବ ଗ୍ୟାସ , ସବଡିଲର ବିକିପାରିବେନି ଗ୍ୟାସ

7

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରନ୍ଧନ ଗ୍ୟାସ ଯୋଗାଣକୁ ନେଇ ଏବେ ନିୟମର ପରିବର୍ତନ ହୋଇଛି। ବ୍ୟବସାୟୀ ମାନଙ୍କୁ ଆଉ ଗ୍ୟାସ ମିଳିପାରିବ ନାହିଁ।ଯେଉଁଥି ପାଇଁ ରନ୍ଧନ ଗ୍ୟାସ ଉପରେ ନିର୍ଭର ଶୀଳ ପ୍ରତିଷ୍ଠାନ ଏବେ ବନ୍ଦ ହେବାକୁ ବନ୍ଦ ହେବାକୁ ବସିଲାଣି। ପୁଣି ଗ୍ରାମୀଣ ଉପଭୋକ୍ତା ମାନଙ୍କୁ ୨୫ ଦିନରେ ଗ୍ୟାସ ମିଳୁଥିଲା ।ଏବେ ସେମାନଙ୍କୁ ୪୫ଦିନରେ ଗ୍ୟାସ ମିଳିବ ବୋଲି ଜଣାପଡିଛି। ଏସବୁ କାରଣକୁ ନେଇ ଚିନ୍ତାରେ ପଡିଛନ୍ତି ବ୍ୟବସାୟୀ ଓ ଉପଭୋକ୍ତା ।ବିଶେଷତଃ ରାନ୍ଧିବା ପାଇଁ ସମ୍ପୂର୍ଣ୍ଣ ରୂପେ ଗ୍ୟାସ ଉପରେ ନିର୍ଭର କରୁଥିବା ପରିବାର ପାଇଁ ପରିସ୍ଥିତି ଅଧିକ ଜଟିଳ ହୋଇଥିବା ଜଣାଯାଇଛି । ଅପରପକ୍ଷେ ହୋଟେଲ, କ୍ୟାଂଟିନ ଇତ୍ୟାଦି ବ୍ୟବସାୟ ପ୍ରତିଷ୍ଠାନକୁ ଗ୍ୟାସ ଯୋଗାଣ ବନ୍ଦ କରି ଦିଆଯାଇଥିବାରୁ ତିହିଡି଼ ବ୍ଲକ ଅଧୀନ ବିଭିନ୍ନ ବଜାରରେ ଥିବା ଏହି ବ୍ୟବସାୟ ପ୍ରଭାବିତ ହୋଇ ପ୍ରତିଷ୍ଠାନ ବନ୍ଦ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ଖାଇବା ପାଇଁ ହୋଟେଲ ଉପରେ ନିର୍ଭର କରୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି । ପୂର୍ବରୁ ସବ ଡିଲର ପଏଂଟରୁ ସିଧାସଳଖ ଉପଭୋକ୍ତାଙ୍କ ଘରେ ଗ୍ୟାସ ପହଂଚାଇବାର ବ୍ୟବସ୍ଥା ଥିଲା । ମାତ୍ର ସବଡିଲରମାନଙ୍କୁ ଗ୍ୟାସ ଯୋଗାଣ ବନ୍ଦ କରି ଦିଆଯାଇଛି ।ଯାହାଫଳରେ ଉପଭୋକ୍ତାମାନେ ସିଧାସଳଖ ଡିଲର ପଏଂଟକୁ ଯାଇ ଗ୍ୟାସ ଆଣିବେ । ପ୍ରଥମେ ଡିଲର ପଏଂଟରୁ ଉପଭୋକ୍ତାମାନଙ୍କ ଘରେ ଗ୍ୟାସ ଯୋଗାଇ ଦିଆଯାଉଥିଲା । ମାତ୍ର ବିଭିନ୍ନ ଅଂଚଳରେ ଏହାକୁ ନେଇ ସମସ୍ୟା ଉପୁଜିବାରୁ ଏହି ବ୍ୟବସ୍ଥାକୁ ବନ୍ଦ ରଖା ଯାଇଥିବା ଜଣାଯାଇଛି । ପୂର୍ବରୁ ଜଣେ ଉପଭୋକ୍ତାଙ୍କୁ ୨୫ଦିନରେ ଗ୍ୟାସ ସିଲିଣ୍ଡର ମିଳୁଥିଲା ବେଳେ ଏବେ ଏହି ଅବଧିକୁ ବୃଦ୍ଧି କରାଯାଇ ୪୫ଦିନ କରାଯାଇଥିବା ଜଣାଯାଇଛି । ତେବେ ଗ୍ୟାସର ଅଭାବ ଦେଖା ଦେଇଥିବାରୁ ଇଣ୍ଡକ୍ସନ ଓ ଜାଳେଣି ଚୁଲାର ବେଶ ଚାହିଦା ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । ତେବେ ଏହି ପରିସ୍ଥିତିର ସୁଧାର ନ ଆସିବା ଯାଏ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବେ ବୋଲି ଜଣାଯାଇଛି କ୍ଷତୁରନ୍ତ ଏହାର ସମାଧାନ ଦିଗରେ ସରକାର ପଦକ୍ଷେପ ନେବାକୁ ଦବିକରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.