Home କେନ୍ଦ୍ରାପଡ଼ା ବ୍ୟବସାୟୀଙ୍କ ପରଲୋକ

ବ୍ୟବସାୟୀଙ୍କ ପରଲୋକ

93

କେନ୍ଦ୍ରାପଡା ୨/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)କେନ୍ଦ୍ରାପଡା ସହରର ବ୍ୟବସାୟୀ ଶ୍ୟାମସୁନ୍ଦର ସୋନିଙ୍କର ୬୫ବର୍ଷ ବୟସରେ ପରଲୋକ ହୋଇଯାଇଛି। ବିକାନିର ଜିଲ୍ଲାର ଥ୍ରୀଡୁଙ୍ଗୁରିପାଲିରେ ଜନ୍ମଗ୍ରହଣ କରିଥିବା ସୂର୍ଗତ ସୋନି ସହରର ମାଧପୁର ଠାରେ ଭଡାଘରେ ଦୀର୍ଘ ୪୫ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରହିଆସୁଥିଲେ। ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ଜଡିତ ଥିବା ସୂର୍ଗତ ସୋନି ଜିଲ୍ଲା ପ୍ରତିଭା ପୂଜା ସଂସଦର ଉପଦେଷ୍ଟା ଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ, ଝିଅ ଓ ପତ୍ନୀ ପ୍ରମୁଖ ଉପସ୍ଥିତ ଥିଲେ। ସେ କର୍କଟଜନିତ ରୋଗରେ ପିଡିତ ଥିଲେ। ପୁରୀ ସୂର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଖବରପାଇ ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି, ଚିନ୍ମୟ ପ୍ରସାଦ ବେଉରା, ପ୍ରଫୁଲ୍ଲ କୁମାର ଦାସ, ସୁଶିଲ କୁମାର ସାମଲ, ଗୋଲଖ ପଢିଆରୀ, ପୂର୍ବତନ ସରପଂଚ ପ୍ରଫୁଲ୍ଲ କୁମାର ମହାନ୍ତି, ରବିନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ତାଙ୍କ ମାଧପୁରସ୍ଥିତ ବାସଭବନରେ ପହଁଚି ଶେଷ ସମ୍ନାନ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.