Home ଓଡ଼ିଶା ବ୍ଲାକ ଲିଷ୍ଟେଡ ପାକିସ୍ତାନ

ବ୍ଲାକ ଲିଷ୍ଟେଡ ପାକିସ୍ତାନ

1058

ନୂଆଦିଲ୍ଲୀ,୨୩/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଆର୍ଥିକ ସଙ୍କଟ ଯେମିତି ପାକିସ୍ତାନର ପିଛା ଛାଡ଼ିବାକୁ ନାରାଜ । ଭାରତ ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ଶତ୍ରୁତା ତାକୁ ଖୁବ୍‌ ଭାରୀ ପଡିଛି । ପୂର୍ବରୁ ଋଣ ଭାରରେ ସମ୍ପୂର୍ଣ ରୂପେ ବୁଡିଥିବା ପାକିସ୍ତାନକୁ ଲାଗିଝି ଆଉ ଏକ ବଡ଼ ଝଟ୍‌କା । ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବାରୁ ବିରତ ନହୋବାରୁ ଏଫଏଟିଏଫ (ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ) ପାକିସ୍ତନକୁ କଳା ତାଲିକା ଭୁକ୍ତ କରିଛି । ଏହା ପୂର୍ବରୁ ଏହି ସଂସ୍ଥା ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିଥିଲା । କିନ୍ତୁ ଆତଙ୍କବାଦୀଙ୍କୁ ପ୍ରତିପୋଷଣ ଓ ଅନୈତିକ ଭାବରେ ଟଙ୍କା ନେଣଦେଣ ରୋକିବାରେ ଅସମର୍ଥ ହେବାରୁ ପାକିସ୍ତାନ ବିରୋଧରେ ଏହି ନିଷ୍ପତ୍ତି ନିଆଯାଇଥିବା କଥା ସ୍ପଷ୍ଟ କରିଛି ଏଫଏଟିଏଫର ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଶାଖା ।

ଜମ୍ମୁ କଶ୍ମୀରରୁ ୩୭୦ ଧରା ଉଚ୍ଛେଦ ପ୍ରସଙ୍ଗକୁ ନେଇ ପାକିସ୍ତାନ ବିଶ୍ୱା ସମୁଦାୟ ପାଖରେ ଗୁହାରି ଜାରି ରଖିଥିବା ବେଳେ ଏବେ ନିଜେ ହରଡ଼ଘଣାରେ ପଡ଼ିଛି । ଅଷ୍ଟ୍ରେଲିଆର ରାଜଧାନୀ କାନବେରାରେ ଏଫଏଟିଏଫର ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଶାଖା ଦ୍ୱାରା ଆୟୋଜିତ ଏକ ବୈଠକରେ ଏହାକୁ କଳା ତାଲିକା ଭୁକ୍ତ କରିବାର ନିଷ୍ପତ୍ତି ନିଆଯାଇଛି ।

ଭାରତର କିଛି ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ପାକିସ୍ତାନ ଏଫଏଟିଏଫ ଦ୍ୱାରା ନିର୍ଦ୍ଧାରିତ କେତେକ ବୈଷୟିକ ମାନଦଣ୍ଡକୁ ପୂରଣ କରିବାରେ ଅସମର୍ଥ ହୋଇଛି । ଆତଙ୍କବାଦୀମାନଙ୍କୁ ସମର୍ଥନ ଓ ସହାୟତା ଯୋଗାଇବା ବନ୍ଦ କରିବା ଭଳି ମୋଟ ୪୦ଟି ମାନଦଣ୍ଡ ମଧ୍ୟରୁ ପାକିସ୍ତାନ ୩୨ଟିକୁ ଏଯାବତ ପୂରଣ କରି ପାରିନାହିଁ । ଅର୍ଥାତ ଏହି କ୍ଷେତ୍ରରେ ଦେଶ ପ୍ରାୟ ୮୦ ପ୍ରତିଶତ ବିଫଳ ହୋଇଛି । ଏହି ଦୃଷ୍ଟିରୁ ହିଁ ବିଶ୍ଵଦରବାରରେ ଆତଙ୍କବାଦୀସପକ୍ଷବାଦୀ ରାଷ୍ଟ୍ର ଭାବେ ପରିଗଣିତ ପାକିସ୍ତାନକୁ ଏହି ଦଣ୍ଡ ମିଳିଛି ।

ଏଫଏଟିଏଫ ତରଫରୁ ଏହା ମଧ୍ୟ କୁହାଯାଇଛି ଯେ ପାକିସ୍ତାନ ଆତଙ୍କବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଏକ ପ୍ରକାର ଅସମର୍ଥ ରହିଛି । ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତ ଦୂରର କଥା ଆତଙ୍କୀଙ୍କୁ ପ୍ରଶ୍ରୟ ଦେବା ଅଭିଯୋଗ ମଧ୍ୟ ଏହା ବିରୋଧରେ ରହିଛି । ଯେଉଁଥିପାଇଁ ବିଶ୍ୱର ପ୍ରାୟ ଅଧିକାଂଶ ରାଷ୍ଟ୍ର ପାକିସ୍ତାନ ବିରୋଧରେ ଛିଡ଼ା ହେଲେଣି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.