Home ଓଡ଼ିଶା ବ୍ଲକ ସାଂସଦ ପ୍ରତିନିଧିଙ୍କ ଇସ୍ତଫା

ବ୍ଲକ ସାଂସଦ ପ୍ରତିନିଧିଙ୍କ ଇସ୍ତଫା

106

ବାହାନଗା,୨୬ା୬(ଭାରତୀ ଦାସ / ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସାଂସଦ ପ୍ରତିନିଧି ପଦରୁ ବ୍ଲକ ସାଂସଦ ପ୍ରତିନିଧି ଅଜୟ କୁମାର ପଣ୍ଡା ଇସ୍ତଫା ଦେଇଥିବାର ଜଣାପଡ଼ୀିଛି । ସେ ତାଙ୍କର ଇସ୍ତଫା ପତ୍ର ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ପଠାଇ ଦେଇଥିବାର ଜଣାପଡ଼ିଛି । ତା ସହ ଏକ କିତା ନକଲ ଜିଲ୍ଲା ସଭାପତି ଓ ଏକ କିତା ନକଲ ସୋର ବିଧାୟକଙ୍କୁ ପଠାଇ ଦେଇଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ଭଦ୍ରକ ଲୋକସଭା ସଂସଦରୁ ସାଂସଦ ଶ୍ରୀମତୀ ମଣ୍ଡଳ ୨୦୧୯ରେ ବିଜୟ ଲାଭ କରିବ । ପରେ ବ୍ଲକ ପ୍ରତିନିଧି ଭାବେ ଅଜୟ କୁମାର ପଣ୍ଡାଙ୍କୁ ଚୟନ କରା ଯାଇ ପ୍ରତିନିଧିତ୍ୱ ଦାୟିତ୍ୱ ଦିଆ ଯାଇ ଥିଲା । କିନ୍ତୁ ଅଭ୍ୟନ୍ତରିଣ ସମସ୍ୟା ବାବଦରେ ଦଳୀୟ କର୍ମୀ ତାଙ୍କୁ ନ ପଚାରି କାର‌୍ୟ୍ୟ କରିବା ତାଙ୍କ ସମ୍ମାନ ଉପରେ ଆଞ୍ଚ ଆସି ଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ଜଣେ ଦଳୀୟ କର୍ମୀ ତଥା ପୂର୍ବତନ ସରପଞ୍ଚ ମଦ୍ୟପାନ କରି ତାଙ୍କୁ ଏବଂ ସ୍ଥାନୀୟ ବିଧାୟକଙ୍କୁ ଗାଳି ଗୁଲଜ କରିବା । ଏବଂ୨୮ା୫ା୨୧ରେ ବାତ୍ୟା ଆଶ୍ରୟ ସ୍ଥଳୀରେ କିଛି କର୍ମୀଙ୍କୁ ମତାଇ ମଟର ସାଇକେଲ, ଡିଜି ସେଟ, କବାଟ ଝରକାକୁ ଭାଙ୍ଗି ଦେଇଥିବା ବେଳେ ଶ୍ରୀ ପଣ୍ଡା ସୋର ଥାନାରେ ଅଭିଯୋଗ କରିବା ସହ ସାଂସଦଙ୍କର ଦୃଷ୍ଟି ଗୋଚର କରାଇ ଥିଲେ । ସାଂସଦ ତାହକୁ ଗତ୨୧ତାରିଖରେ ସମାଧାନ କରିବେ କିମ୍ବା ଏବାବଦରେ କେଶ କରିବାକୁ ସୋର ଥାନଧିକାରୀଙ୍କୁ କହିବେ କହି ଅଦ୍ୟାବଧି କୌଣସି ଗୁରୁତ୍ୱ ନଦେବାରୁ ତାଙ୍କର ବ୍ଲକ ପ୍ରତିନିଧି ଭାବେ କୌଣସି ଗୁରୁତ୍ୱ ନାହିଁ ବୋଲି ଭାବି ନୌତିକତା ଓ ନିଜ ସମ୍ମାନକୁ ଦୃଷ୍ଟିରେ ରଖି ଇସ୍ତଫା ପ୍ରଦାନ କରିଥିବାର ଜଣାପଡ଼ିଛି । ଏବାବଦରେ ଶ୍ରୀ ପଣ୍ଡାଙ୍କୁ ଯୋଗା ଯୋଗ କରିବାରୁ ଉପରୋକ୍ତ ଘଟଣାଟି ସତ୍ୟ ଏବଂ ଇସ୍ତଫା ପତ୍ର ମୁଁ ସମସ୍ତଙ୍କ ଫୋନର ୱାଟସଆପକୁ ପଠାଇ ଦେଇଥିବାର କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.