ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଉତ୍କଳ କେଶରୀ ଡ.ହରକୃଷ୍ଣ ମହତାବଙ୍କ ଜନ୍ମମାଟି ଆଗରପଡାକୁ ବ୍ଲକର ମାନ୍ୟତା ଦାବି ନେଇ ଆଜି ମାନ୍ୟବର ଭଦ୍ରକ ସାଂସଦଙ୍କ ସମେତ ଜନପ୍ରତିନିଧି ଓ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି । ଆଗରପଡା ବରିଷ୍ଠ ନାଗରିକ ସୁରକ୍ଷା ମଂଚ ସଭାପତି କୈଳାସ ଚନ୍ଦ୍ର ଧଳ, ସମ୍ପାଦକ ରଞ୍ଜନ କୁମାର ଦାସ, ଯୁଗ୍ମ ସମ୍ପାଦକ ରାମଚନ୍ଦ୍ର ଦାସ,ସହ-ସମ୍ପାଦକ ଗୋଲକ ଚନ୍ଦ୍ର ପୃଷ୍ଟି,ସନାତନ ନାୟକ ,ସୁରେନ୍ଦ୍ର ନାଥ ବିନ୍ଧାଣୀ,ସୁବାଷ ଦାଶ,ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ ପ୍ରମୁଖ ଭଦ୍ରକ ସାଂସଦ ଅଭିିମନ୍ୟୁ ସେଠୀ ଙ୍କୁ ତାଙ୍କ ଭଦ୍ରକ ସ୍ଥିତ ବାସଭବନରେ ସାକ୍ଷାତ କରି ଆଗରପଡାକୁ ବ୍ଲକର ମାନ୍ୟତା ପାଇଁ ଦାବିପତ୍ର ଦେଇ ଜନସଂଖ୍ୟା, ଭୌଗଳିକ ଅବସ୍ଥିତି ଆଦି ଉପରେ ଆଲୋଚନା କରିଥିଲେ । ଆଗରପଡା ଆଖ ପାଖର ବି.ଟିପୁର, ପୁରୁଷଣ୍ଢ,ମହାନ୍ତିପଡା, ବଡମହିଷଗୋଠ, ଗୋପିନାଥପୁର, ଚାରିଗାଁ, କାଦବରାଙ୍ଗ, ବଡ ବର୍ଚ୍ଚିକୟାଁ, ଓଡଙ୍ଗ, ଆଡିଆ,ଅଣିଜୋ ଆଦି ୧୧ ଗୋଟି କେନ୍ଦ୍ର ସ୍ଥଳରେ ଅବସ୍ଥିତ ଆଗପଡା ଅଞ୍ଚଳଟି ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଅଟେ । ସରକାରୀ କାର୍ଯ୍ୟାଳୟ, ଆବଶ୍ୟକୀୟ ଭିତିଭୂମି ଏବଂ ଗମନାଗମନର ସୁବିଧା ଦୃଷ୍ଟି କୋଣରୁ ବ୍ଲକର ମାନ୍ୟତା ପାଇଁ ସଂପୃକ୍ତ ଅଂଚଳଟି ହକଦାର ଅଟେ ବୋଲି ଦାବି ଉପସ୍ଥାପନ କରାଯାଇଥିଲା । ସାଂସଦ ତାକୁ ସହୃଦୟତାର ସହ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ସୁପାରିଶ୍ କରିବେ ବୋଲି କହିଥିଲେ । ପରେ ଏହି ପ୍ରତିନିଧ ô ଦଳ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ୍, ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ ଙ୍କୁ ସାକ୍ଷାତ କରି ଭଦ୍ରକ ଜିଲ୍ଲା ପ୍ରଶାସନ ମାଧ୍ୟମରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।








