Home ଜିଲ୍ଲା ପରିକ୍ରମା ବ୍ଲକ ଏନଫୋର୍ସମେଣ୍ଟ ଟିମ ଉପରେ ଆକ୍ରମଣ ଘଟଣା; ମାମଲା ଋଜୁ; ପଦକ୍ଷେପ ପାଇଁ ବିଡିଓଙ୍କ ପତ୍ର

ବ୍ଲକ ଏନଫୋର୍ସମେଣ୍ଟ ଟିମ ଉପରେ ଆକ୍ରମଣ ଘଟଣା; ମାମଲା ଋଜୁ; ପଦକ୍ଷେପ ପାଇଁ ବିଡିଓଙ୍କ ପତ୍ର

34

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କୋଭିଡ ଏନଫୋର୍ସମେଣ୍ଟ ଟିମ ଉପରେ ଗତ ୪ ତାରିଖରେ ହୋଇଥିବା ଆକ୍ରମଣ ଘଟଣାରେ ମାମଲା ଋଜୁ ହୋଇଛି । ଏନଫୋର୍ସମେଣ୍ଟ ଟିମ ଲିଡର ତଥା ବ୍ଲକ ମାର୍କେଟିଂ ଇନିସପେକ୍ଟର ରେବତୀସ ସିଂ ନାୟକଙ୍କ ଅଭିଯୋଗ କ୍ରମେ ଥାନାରେ ୧୮୪/୨୧ନଂ ମାମଲା ଋଜୁ ହୋଇଛି । ମାମଲାର ତଦନ୍ତକାରୀ ଅଧିକାରୀ ତଥା ଧାମନଗର ଉପଖଣ୍ଡ ପୁଲିସ ଅଧିକାରୀ ବିଜୟକୃଷ୍ଣ ମହାପାତ୍ର ଓ ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ଜଣାଯାଇଛି । ଅଭିଯୋଗ ଅନୁଯାୟୀ ଗତ ୪ ତାରିଖ ଦିନ ଥଇଳା ଗ୍ରାମର ଦୋଳଗୋବିନ୍ଦ ବାରିକଙ୍କ ଝିଅ ବିଭାଘର ଭୋଜିରେ ଶହେରୁ ଅଧିକ ଲୋକ ଏକତ୍ର ହୋଇ ଭୋଜି ଖାଉଥିବା ଘଟଣା ଏନଫୋର୍ସମେଣ୍ଟ ଟିମ ଦୃଷ୍ଟିକୁ ଆସିଥିଲା । କୋଭିଡ ନିୟମ ପାଳନ କରାଯାଉନଥିବାରୁ ଏନଫୋର୍ସମେଣ୍ଟ ଟିମ ଲିଡର ଶ୍ରୀ ନାୟକ ଏ ସମ୍ପର୍କରେ ଦୋଳଗୋବିନ୍ଦକୁ ପଚରାଉଚରା କରିବା ସହ ମୋବାଇଲରେ ଦୃଶ୍ୟ ଉତ୍ତୋଳନ କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୋଳଗୋବିନ୍ଦ ବାରିକ, ପ୍ରଶାନ୍ତ ବାରିକ, ନାରାୟଣ ବାରିକ, ବିରେନ୍ଦ୍ର ବାରିକ, ରମାକାନ୍ତ ବାରିକ, ବିରେନ୍ଦ୍ର ବେହେରା, ସଞ୍ଜୟ କୁମାର ସାହୁ, ନୃସିଂହ ସାହୁ ଓ ଅନ୍ୟ ପଚାଶରୁ ଅଧିକ ଲୋକେ ଜାତିଆଣ ଆକ୍ଷେପ କରିବା ସହ ଠେଙ୍ଗାରେ ଏନଫୋର୍ସମେଣ୍ଟ ଟିମର ସମସ୍ତଙ୍କୁ ଆକ୍ରମଣ କରି ମୋବାଇଲ ଛଡାଇ ନେଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି । ଏହି ଘଟଣା ପରେ ଏନଫୋର୍ସମେଣ୍ଟ ଟିମ କୋଭିଡ ତଦାରଖ ବାତିଲ କରିଦେଇଥିଲେ । ଅନ୍ୟପକ୍ଷରେ ବ୍ଲକ ପକ୍ଷରୁ ଆଜି ଥାନାଧିକାରୀଙ୍କୁ ପତ୍ର ଲେଖାଯାଇ ଘଟଣା ସମ୍ପର୍କରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.