Home ଜିଲ୍ଲା ପରିକ୍ରମା ବ୍ଲକ୍ ସ୍ତରରେ ଶିଶୁ ସୁରକ୍ଷା କର୍ମଶାଳା, ଶିଶୁମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ସମସ୍ତଙ୍କର ଆନ୍ତରିକତା ଆବଶ୍ୟକ

ବ୍ଲକ୍ ସ୍ତରରେ ଶିଶୁ ସୁରକ୍ଷା କର୍ମଶାଳା, ଶିଶୁମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ସମସ୍ତଙ୍କର ଆନ୍ତରିକତା ଆବଶ୍ୟକ

6

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ପଂଚାୟତ ସମିତି ସଭାଗୃହ ପରିସରରେ ଶିଶୁ ସୁରକ୍ଷାକୁ କ୍ରିୟାଶୀଳ କରିବା ସକାଶେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସଂଯୋଗ ପକ୍ଷରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ ମଙ୍ଗଳ କମିଟି ଏବଂ ବ୍ଲକ ଟାସ୍କ ଫୋର୍ସ କମିଟିଙ୍କ ମିଳିତ ସହଯୋଗରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ପଂଚାୟତ ରାଜ ପ୍ରତିନିଧି, ଶିଶୁ ବିକାଶ ବିଭାଗ, ସାମାଜିକ ଗୋଷ୍ଠି ପ୍ରଭୃତି ଓ ବିଭାଗୀୟ ଅଧିକାରୀ ସମୂହଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ସଂଯୋଗର ସଦସ୍ୟା ସଚିବ ରିନି ମହାନ୍ତି ସଂଚାଳନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଡିଓ ନିରଞ୍ଜନ ବାରିକ୍ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ସମ୍ମାନିତ ଅତିଥି ଭାବେ ଏବିଡ଼ିଓ ମାନସ କୁମାର ଜେନା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତ, ଜିପିଇଓ ପ୍ଳାବନ ପଣ୍ଡା, ଶିଶୁ ସୁରକ୍ଷା ୟୁନିଟର ତାଲିମ ସଂଯୋଜକ ସୁବ୍ରତ ଦାସ, ସଂଯୋଗର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ ପାଲଟା ସିଂ, ବିଷୟ ବିଶାରଦ ରୂପେ ୟୁନିସେଫର ପରାମର୍ଶ ଦାତ୍ରୀ ମଧୁମିତା ଦାସ ଯୋଗଦାନ କରି ଶିଶୁମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ସମସ୍ତଙ୍କର ଆନ୍ତରିକତା ଆବଶ୍ୟକତା ରହିଛି ବୋଲି କହିଥିବା ବେଳେ ବାଲ୍ୟ ବିବାହ, ସହ ସମ୍ବେଦନଶୀଳ ଶିଶୁ ପ୍ରସଙ୍ଗରେ ଅବହେଳିତ ଶିଶୁ ମାନଙ୍କ ପାଇଁ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ସଂଯୋଗର ମଣ୍ଡଳ ସଂଯୋଜିକା ରୂପାଲି ମହାନ୍ତି ମଂଚ ଆହ୍ୱାନ କରିଥିବା ବେଳେ ଜଗନ୍ନାଥ ସାହୁ, ରିଙ୍କୁ ବିଶ୍ୱାଳ, ଶିଶୁ ସୁରକ୍ଷା କର୍ମୀ ମହେଶ ଚନ୍ଦ୍ର ଦାଶ, ଜ୍ୟୋତି ପ୍ରକାଶ ପତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ରଞ୍ଜୁଲତ ଗାହାଣ ଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା । ସରପଂଚ ଶୁଭ୍ରନାରାୟଣ ସେଠୀ, ପ୍ରଦୀପ ବଳ, କୁନ୍ତଳା ମଳିକ, ପୁଷ୍ପାଞ୍ଜଳି ଲେଙ୍କା, ସୁପ୍ରଭା ପାଣି, ଚକ୍ରଧର ଦାସ, ଯଶୋଦା ମଲ୍ଲିକ, ସରପଂଚଙ୍କ ପ୍ରତିନିଧି ରବିନ୍ଦ୍ର ଶତପଥି, ପିଇଓ ଦୀନବନ୍ଧୁ ମହାନ୍ତି, ଡ. ଅରୁଣ ପଣ୍ଡା, ଶାରଦା ବଳ, ମନୋରଂଜନ ଦଳେଇ, ନଳିନୀକାନ୍ତ ଦାସ, ସୁକାନ୍ତୀ ବାରିକ, ରୁନୁରାଣୀ ମଲିକ ପ୍ରମୁଖଙ୍କ ସମେତ ପଂଚାୟତ ଲୋକପ୍ରତିନିଧି ଓ ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.