Home ଜିଲ୍ଲା ପରିକ୍ରମା ବ୍ଲକସ୍ତରୀୟ ଡିଜିଟାଲ ସର୍ବେକ୍ଷଣ କାର୍ଯ୍ୟାରମ୍ଭ କର୍ମଶାଳା

ବ୍ଲକସ୍ତରୀୟ ଡିଜିଟାଲ ସର୍ବେକ୍ଷଣ କାର୍ଯ୍ୟାରମ୍ଭ କର୍ମଶାଳା

10
module: h; hw-remosaic: 0; touch: (-1.0, -1.0); modeInfo: ; sceneMode: Auto; cct_value: 0; AI_Scene: (-1, -1); aec_lux: 220.4417; hist255: 0.0; hist252~255: 0.0; hist0~15: 0.0;

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ସ୍ତରୀୟ ଡିଜିଟାଲ ସର୍ବେକ୍ଷଣ କାର୍ଯ୍ୟାରମ୍ଭ କର୍ମଶାଳା, ଖରିଫ୍‌-୨୦୨୪ କୃଷି ଓଡ଼ିଶା କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓ ଭଦ୍ରକ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ ଆୟୋଜନରେ ଶୁକ୍ରବାର ନୀଳମଣି ପଂଚାୟତ ସମିତି ସଭାଗୃହ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି କର୍ମଶାଳାରେ ପ୍ରଶିକ୍ଷକ ସହକାରୀ ବୈଶୟିକ ପରିଚାଳକ ଗିରିଜା ରାୟ ଚଉଧୁରୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଅଗଷ୍ଟ ୧୬ରୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ ବୋଲି କହିଥିବା ବେଳେ ଚାଷୀଙ୍କୁ ନିଜ ନାମ, ଆଧାର, ଜମି ଏବଂ ଫସଲ ସମ୍ବନ୍ଧୀୟ ତଥ୍ୟ ଦେବା ପାଇଁ ଅନୁରୋଧ କରିଥିଲେ । ଏଥି ସହିତ ସ୍ଥାନୀୟ ସର୍ବେକ୍ଷଣକାରୀ ମୋବାଇଲ ଆପ୍ ଦ୍ୱାରା ତଥ୍ୟ ସଂଗ୍ରହ କରବେ । ସମସ୍ତ ଗ୍ରାମରେ ଡିଜିଟାଲ ଫସଲ ସର୍ବେକ୍ଷଣ କରାଯିବ । ତଥ୍ୟରେ ଆପତି ଥିଲେ ୱେବସାଇଟ୍ ମାଧ୍ୟମରେ ଅଭିଯୋଗ କରିପାରିବେ । ସହଜରେ ସର୍ବେକ୍ଷଣ ପାଇଁ କୃଷକ ଓଡ଼ିଶା ପୋର୍ଟାଲରେ ପଞ୍ଜୀକରଣ କରାଇ ନେବେ । ଭାଗଚାଷୀ ନିଜ ଜମି ମାଲିକଙ୍କ ଠାରୁ ଅନୁମତି ପତ୍ର ଆଣିବା ଇତ୍ୟାଦି ଉପରେ ତାଲିମ ଦେଇଥିଲେ । ଏହି କର୍ମଶାଳାରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବ୍ଲକ କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ବିଟିଏମ ରଣଜିତ ସାହୁ, ବ୍ଲକ ସହକାରୀ ଉଦ୍ୟାନ ଅଧିକାରୀ ନିହାରିକା ଜ୍ୟୋତିରେଖା ନାୟକ ପ୍ରମୁଖ ଯୋଗ ଦେଇ ଡିଜିଟାଲ ଫସଲ ସର୍ବେକ୍ଷଣ ଉପରେ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ସମବାୟ ସମିତି ସମ୍ପାଦକ ସଂଜୟ କୁମାର ନାୟକ, ଗୀତାଂଜଳି ଦାସ, କୃପାସିନ୍ଧୁ ଦାସ, ପ୍ରଭାତ ବେହେରା, ସତ୍ୟଭାମା ବିଶ୍ୱାଳ, ଗୋପିନାଥ ଭୂୟାଁ, ମାୟାଧର ବେହେରା, ଅମରେନ୍ଦ୍ର ନାୟକ, ବିଶ୍ୱନାଥ ଖୁଂଟିଆ, ରାଜେନ୍ଦ୍ର ବେହେରା, ମଧୁସୂଦନ ବେହେରା, ମନୋରଂଜନ ବଳ, ସରପଂଚ ଉଦ୍ଧବ ଚରଣ ନାୟକ, ଯଶୋଦା ମଲ୍ଲିକ, ଚକ୍ରଧର ଦାସ, କୁନ୍ତଳା ମଲ୍ଲିକ, ନିହାରିକା ବିଶ୍ୱାଳ, ସୁପ୍ରଭା ପାଣି, ଗୌରୀମଣି ପାଣିଗ୍ରାହୀ, ସମିତିସଭ୍ୟ ଚିନ୍ତାମଣି ଦାସ, ଭାଗିରଥି ମଳିକ, ଜୟପ୍ରକାଶ ମଲିକ, ଭାଗିରଥି ମଲିକ, ନକୁଳ ବାରିକ, ପ୍ରିୟବନ୍ଧୁ ମାଝୀ, ନରୋତ୍ତମ ମିଶ୍ର, ଦେବେନ୍ଦ୍ର ଦାସ, ରବିନ୍ଦ୍ର ଶତପଥି, ଅଜୟ ରାଉତ, ଗଣେଶ ବିଶ୍ୱାଳ, ବିଷ୍ଣୁମୋହନ ଜେନା, କୃଷକସାଥୀ ଗଣେଶ ପ୍ରସାଦ ଖାମୁରାଇ, ହରିହର ମଳିକ, ଲିଙ୍ଗରାଜ ନାୟକ ରାଜସ୍ୱ ନିରୀକ୍ଷକ ମିନକେତନ ଦାସ, ମହେଶ୍ୱର ରଣା, ଗୋଲକ ମୁର୍ମୁ, ପରିସଂକ୍ଷକ କ୍ଷେତ୍ର କର୍ମଚାରୀ ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କୃଷି କାର୍ଯ୍ୟାଳୟ ପକ୍ଷରୁ ସୁପର ଭାଇଜର ରତିକାନ୍ତ ମିଶ୍ର, ବିଟିଏମ ଅନୁରାଗ ନାୟକ, ବ୍ଲକ କୃଷି କର୍ମଚାରୀ ସନ୍ତୋଷ ମହାନ୍ତି, ସୁଜାତା ମହାନ୍ତି, ଆଲୋକ ମଲ୍ଲିକ, ଆଲୋକ ନାୟକ, ଗୀତାଂଜଳି ବେହେରା, ବାସନ୍ତୀ ସ୍ୱାଇଁ, ସ୍ନେହଲତା ବାରିକ, ଏସକେ ସଫରୁଦ୍ଦୀନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.