Home ଜିଲ୍ଲା ପରିକ୍ରମା ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଉଦଯାପିତ

ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଉଦଯାପିତ

28

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ-ମଢିଆଳି ପଞ୍ଚାୟତ ପଡିଆରେ ଆଜି ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ବନ୍ଦାଳୋ ହାଇସ୍କୁଲ ପ୍ରଧାନଶିକ୍ଷକ ସୁଦର୍ଶନ ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗୀତାକୁ ମୁଖ୍ୟଅତିଥି ବିଧାୟକ ପ୍ରଫୁଲ୍ଲ ସାମଲ ଉଦଘାଟନ କରିଥିଲେ। ଏଥିରେ ବ୍ଲକ ଶିକ୍ଷାଧିକାରୀ ଅଧିର କୁମାର ତରାଇ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଏବିଇଓ ଅକ୍ଷୟ କୁମାର ଜେନା, ସରପଞ୍ଚ ବିଶ୍ୱନାଥ ସାହୁ, ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ବଦ୍ରୀନାରାୟଣ ରାଉତ, ନାଆମୀ ସମବାୟ ସମିତି ସଭାପତି ଦିପ୍ତିସୂର୍ଯ୍ୟ ବିଶ୍ୱାଳ, ସମିତି ସଭ୍ୟ ସନ୍ତୋଷ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟସ୍ତରରେ କ୍ରୀଡା ପ୍ରତିଯୋଗୀତାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ୬ଷ୍ଠ ରୁ ୮ମ ଶ୍ରେଣୀର ୧୭୦ ପ୍ରତିଯୋଗୀ ଓ ୯ମ ଓ ୧୦ମ ଶ୍ରେଣୀର ୨୨୦ ପ୍ରତିଯୋଗୀ ଖୋ ଖୋ, କବାଡି, ଭଲିବଲ, ଫୁଟବଲ, ସଟ ପୁଟ, ଡିସକସ ଥ୍ରୋ, ଲମ୍ବଡିଆଁ, ଉଚ୍ଚଡିଆଁ, ୧୦୦ ମିଟର, ୨୦୦ ମିଟର ଓ ୪୦୦ ମିଟର ଦୌଡ ବିଭାଗରେ ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ବିଭାଗରୁ ୨ଜଣ ଶ୍ରେଷ୍ଠ ପ୍ରତିଯୋଗୀ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲେ। ଜିଲ୍ଲା ଶାରିରୀକ ନିରୀକ୍ଷକ ମାନସ କୁମାର ସାହୁ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। କ୍ରୀଡା ଶିକ୍ଷକ ଜିତେନ୍ଦ୍ର କୁମାର ସାହୁ ଓ ଅନ୍ୟମାନେ କ୍ରୀଡା ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.