Home ଜିଲ୍ଲା ପରିକ୍ରମା ବ୍ରେକ ଫେଲ୍ ହେବାରୁ ଟ୍ରାକ୍ଟରକୁ ଧକ୍କା ଦେଇ ୨୦ଫୁଟ ତଳକୁ ଖସିଲା ବସ୍ ,ଅଳ୍ପକେ ବର୍ତିଲେ...

ବ୍ରେକ ଫେଲ୍ ହେବାରୁ ଟ୍ରାକ୍ଟରକୁ ଧକ୍କା ଦେଇ ୨୦ଫୁଟ ତଳକୁ ଖସିଲା ବସ୍ ,ଅଳ୍ପକେ ବର୍ତିଲେ ୩୦ରୁ ଉର୍ଦ୍ଧ ଯାତ୍ରୀ, ୪ ଗୁରୁତର ଭଦ୍ରକ ମେଡିକାଲରେ ଭର୍ତି

2

ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରୁ ୩୦ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ଆଖଣ୍ଡଳମଣି ପୀଠ ଅଭିମୁଖେ ଆସୁଥିବା ଜୟ ମାତାଦି ନାମକ ଘରୋଇ ବସ୍ ଆରଡି ନିକଟସ୍ଥ ସାଇନ୍ସିପାର୍କ ନିକଟରେ ଭାରସାମ୍ୟ ହରାଇବା ସହ ସମ୍ମୁଖରେ ଯାଉଥିବା ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଧକ୍କା ଦେବାରୁ ଉଭୟ ଗାଡ଼ି ରାସ୍ତା କଡ଼କୁ ଓଲଟିପଡିଥିଲା।ଏପରିକି ବସ୍ ର ୨କିମି ପୂର୍ବରୁ ବ୍ରେକ ଫେଲ ହେବାରୁ ବାରମ୍ବାର ଅସୁବିଧା ଦେଖାଦେଇଥିଲା। ଏପରି ସ୍ଥିତି ଦେଖି ଯାତ୍ରୀମାନେ ଓହ୍ଲାଇବା ପାଇଁ ବସର କଣ୍ଡକ୍ଟରକୁ କହିଥିଲେ। ହେଲେ କିଛି ଅସୁବିଧା ନାହିଁ ବୋଲି ବସର ଡ୍ରାଇଭର କଣ୍ଡକ୍ଟର କହିଥିଲେ। ହଠାତ୍ ବସଟିର ପୁର୍ନବାର ବ୍ରେକ ଫେଲ ଯୋଗୁଁ ସାମ୍ନା ଯାଉଥିବା ଟ୍ରାକ୍ଟର ସହ ଧକ୍କା ଦେଇଥିବା ବସରେ ଥିବା ଯାତ୍ରୀମାନେ କହିଛନ୍ତି। ବସରେ ଥିବା ୩୦ରୁ ଉର୍ଦ୍ଧ ଯାତ୍ରୀ ଆହାତ ହୋଇଥିବା ବେଳେ ୪/୫ଜଣ ଗୁରୁତର ଯାତ୍ରୀଙ୍କୁ ପ୍ରଥମେ ଆରଡି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଉଭୟ ବସ୍ ଓ ଟ୍ରାକ୍ଟରକୁ ଜବତ କରି ତଦନ୍ତ ଚଳାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.